ପ୍ରଧାନମନ୍ତ୍ରୀ ସବୁ କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତର ଜିଡିପି ୮% ହାରରେ ବୃଦ୍ଧି ପାଉଛି ଏବଂ ସେ ଆଶା କରୁଛନ୍ତି ଯେ ଦେଶ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ଆଜି ନୂଆଦିଲ୍ଲୀରେ ଆୟୋଜିତ ବଜେଟ ପରବର୍ତ୍ତୀ ବିକଶିତ ଭାରତ ଅଭିମୁଖେ ଯାତ୍ରା ଶୀର୍ଷକ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଯୋଗଦେଇ ଶ୍ରୀ ମୋଦୀ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନ ମଧ୍ୟରେ ମଧ୍ୟ ଭାରତର ଉଲ୍ଲେଖନୀୟ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ। ସରକାର ସବୁ କ୍ଷେତ୍ରର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

Leave a Reply

Your email address will not be published. Required fields are marked *