ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ସୁଟର ମନୁ ଭାକର ଫାଇନାଲରେ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପ୍ରଥମ ଦିନରେ ଭାରତ ପାଇଁ ଭଲ ଖବର ଆସିଛି। ସୁଟର ମନୁ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି। ମନୁ କ୍ୱାଲିଫାଇଂ ରାଉଣ୍ଡରେ ୫୮୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲେ। ମନୁ ଭାକର ପ୍ରଥମ ସିରିଜରେ ୯୭, ଦ୍ୱିତୀୟରେ ୯୭, ତୃତୀୟରେ ୯୮, ଚତୁର୍ଥରେ ୯୬, ପଞ୍ଚମରେ ୯୬ ଏବଂ ଷଷ୍ଠରେ ୯୬ ପଏଣ୍ଟ ହାସଲ କରିଥିଲେ। ମନୁଭାକରଙ୍କ ଫାଇନାଲ ୨୮ ତାରିଖ ଅର୍ଥାତ ଆସନ୍ତାକାଲି ଅପରାହ୍ନ ୩ଟା ୩୦ରେ ଖେଳାଯିବ। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଅନ୍ୟତମ ଭରରତୀୟ ପ୍ରତିଯୋଗୀ ରିଦମ ସଙ୍ଗୱାନ ନିରାଶ କରିଛନ୍ତି। ରିଦମ ୫୭୩ ପଏଣ୍ଟ ସହିତ ୧୫ ତମ ସ୍ଥାନରେ ରହିଥିଲେ। ୨୨ ବର୍ଷୀୟ ମନୁ ଭାକର ଟୋକିଓ ଅଲମ୍ପିକ୍ସରେ କିଛି ଖାସ କରିପାରି ନ ଥିଲେ, କିନ୍ତୁ ଏଥର ସେ ନିଜ ପ୍ରଦର୍ଶନ ଉନ୍ନତ କରିବାକୁ ଚାହିଁବେ। ଚଳିତ ସଂସ୍କରଣରେ ସେ ୧୦ ମିଟର ଏୟାର ପିସ୍ତଲ, ୨୫ ମିଟର ପିସ୍ତଲ ଏବଂ ୧୦ ମିଟର ପିସ୍ତଲ ଯୁଗଳ ଦଳ ସମେତ ତିନୋଟି ଇଭେଣ୍ଟରେ ପ୍ରତିଯୋଗୀତା କରୁଛନ୍ତି।

Leave a Reply

Your email address will not be published. Required fields are marked *