ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହିଂସା: ମୋଦିଙ୍କୁ ଟାର୍ଗେଟ କଲେ ସୁବ୍ରମଣ୍ୟମ

ନୂଆଦିଲ୍ଲୀ: ବାଂଲାଦେଶରେ ଅଶାନ୍ତିର ବାତାବରଣ ମଧ୍ୟରେ ମନ୍ଦିର ଏବଂ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଇ ଆକ୍ରମଣ କରାଯାଉଛି। ଏହାକୁ ନେଇ ଅର୍ଥନୀତିଜ୍ଞ ତଥା ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମସ୍ବାମୀ ବାଂଲାଦେଶକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୁବ୍ରମଣ୍ୟମ ପ୍ରଶ୍ନ ଉଠାଇଛନ୍ତି ଯେ, ବାଂଲାଦେଶରେ ହୋଇଥିବା ହିଂସା ବିରୋଧରେ ହିନ୍ଦୁମାନଙ୍କର ପ୍ରତିଶୋଧ ନେବାର ଅଧିକାର ଅଛି କି? ବରିଷ୍ଠ ଭାଜପା ନେତା ସୁବ୍ରମଣ୍ୟମସ୍ବାମୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, ବାଂଲାଦେଶକୁ ଆମର ସୈନ୍ୟ ପଠାଇ ହୁନ୍ଦୁଙ୍କ ପ୍ରତି ଆକ୍ରମଣକୁ କାବୁ କରିବା ଉଚିତ। ସେ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ଆମେ ଜଣେ ଭୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ହଇରାଣରେ ଅଛୁ। ଯିଏକି, ପୂର୍ବରୁ ଚାଇନ ଆଗରେ ନଇଁ ସାରିଛନ୍ତି। ସେି ଲଦାଖର ୪୦୬୫ ବର୍ଗ କିଲୋମିଟର ଦଖଲ କରି ସାରିଛି। ଏଭଳି ପରିସ୍ଥିତିରେ ଭାରତୀୟ ଜନତା ପାର୍ଟି ସର୍ବପ୍ରଥମେ ଜଣେ କଟ୍ଟର ହିନ୍ଦୁସ୍ତାନୀ ନେତାଙ୍କୁ ନିଜ ମୁଖ୍ୟ କରିବା ଉଚିତ୍‌।

Leave a Reply

Your email address will not be published. Required fields are marked *