ବାସି ରୁଟିରେ ରହିଛି ଅନେକ ଗୁଣ

ଘରେ ରାତିର ରୁଟି ରହିଯାଇଥିଲେ ଅନେକ ଲୋକ ଗାଈଗୋରୁ, କୁକୁର ଅବା କାଉଙ୍କୁ ଖାଇବାକୁ ଦେଇ ଦିଅନ୍ତି। ଆଉ କେହି କେହି ଫୋପାଡ଼ି ଦିଅନ୍ତି। ତେବେ ବାସି ରୁଟିର ରହିଛି ଅନେକ ଗୁଣ। ରାତିର ରୁଟି ଯଦି ଆପଣ ସକାଳେ ବ୍ରେକଫାଷ୍ଟରେ ଖାଇବେ, ତା’ହେଲେ ଅନେକ ଲାଭ ମିଳିବ। ବାସି ରୁଟିରେ ଆଇରନ୍, କ୍ୟାଲସିୟମ ଓ ଭିଟାମିନ୍-ବି ସହିତ ଅନେକ ପୋଷକ ତତ୍ତ୍ୱ ରହିଛି।ଦହି ଭଳି ବାସି ରୁଟିରେ ବି ରହିଛି ପ୍ରଚୁର ପରିମାଣରେ ପ୍ରୋବାୟୋଟିକ୍। ଏହା ଆମ ପେଟରେ ଭଲ ବ୍ୟାକ୍ଟରିଆ ସୃଷ୍ଟି କରେ ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ବାସି ରୁଟିକୁ କୁହାଯାଉଛି, କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟର ପାୱାରହାଉସ। ବାସି ରୁଟି ଯୋଗୁ ପାଚନ ପ୍ରକ୍ରିୟା ଭଲ କାମ କରେ। ଏହା ଫାଇବରର ମଧ୍ୟ ଏକ ଭଲ ଉତ୍ସ। ପେଟ ରୋଗ ସମସ୍ୟା ଥିବା ବ୍ୟକ୍ତି ଓ ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ ବାସି ରୁଟି ଲାଭଦାୟକ ହୋଇଥାଏ।

ଅସ୍ବିକରଣ: ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Leave a Reply

Your email address will not be published. Required fields are marked *