ଭୁବନେଶ୍ୱର: ସୁଜିତ କୁମାର ବିଜେଡି ଛାଡ଼ି ଭାଜପାରେ ଯୋଗ ଦେବା ପ୍ରସଙ୍ଗରେ ବିଜେପି ବିଧାୟକ ବାବୁ ସିଂ ଏହାକୁ ନେଇ କହିଛନ୍ତି ଶୁଆ ଶାରୀ ଉପାଖ୍ୟାନ । ବିଜେଡିର ନାଁ ନ ନେଇ ବାବୁ ସିଂ କହିଛନ୍ତି, କେଉଁଠି ସେମାନେ ଯଦି ଭାବୁଛନ୍ତି ଶୁଆଶାରୀ ଭଳି ପିଞ୍ଜରା ଭିତରେ ବାନ୍ଧିକି ରଖିବେ ସେଭଳି ହୋଇପାରିବ ନାହିଁ । ଆମେ କାହା ଘର ଭାଙ୍ଗିବାକୁ ଚେଷ୍ଟା କରୁନାହିଁ । ହେଲେ ଯେଉଁମାନେ ଆସିବେ ସେମାନଙ୍କୁ ସୱାଗତ କରିବୁ ବୋଲି କହିଛନ୍ତି ବାବୁ ସିଂ । ସୁଜିତ ଶୁକ୍ରବାର ବିଜେପିରେ ଯୋଗ ଦେଇଥିଲେ। ସୁଜିତ୍ କୁମାର ୨୦୨୦ ଏପ୍ରିଲ ୩ରେ ରାଜ୍ୟ ସଭାକୁ ଯାଇଥିଲେ। ୨ଏପ୍ରିଲ ୨୦୨୬ରେ ତାଙ୍କ କାର୍ଯ୍ୟକାଳ ସରୁଛି। ରାଜ୍ୟ ସଭାରେ ବିଜେଡିର ୯ ଜଣ ଏମ୍ପି ଥିଲେ। ପ୍ରଥମେ ମମତା ଏବଂ ଏବେ ସୁଜିତ୍ ଛାଡ଼ିବା ପରେ ଏହି ସଂଖ୍ୟା ୭ରେ ପହଞ୍ଚିଛି। ସୂଚନାଯୋଗ୍ୟ ଲୋକସଭାରେ ବିଜେଡିର କୌଣସି ସଦସ୍ୟ ନାହାନ୍ତି।
ବିଜେପିକୁ ଯେଉଁମାନେ ଆସିବେ ସୱାଗତ କରିବୁ: ବାବୁ ସିଂ












Leave a Reply