ବିଜେପି ଜାଲରେ ଫସି ସାରିଛନ୍ତି ଚମ୍ପାଇ: ରାଜେଶ ଠାକୁର

ନୂଆଦିଲ୍ଲୀ: ଝାଡଖଣ୍ଡ ରାଜନୀତିରେ ପୁଣି ଥରେ ହଇଚଇ ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଆଜି ପୁଣି ବିଜେପି ରେ ସାମିଲ୍‌ ହେବା ନେଇ ସହମତି ପ୍ରକାଶ କରିଛନ୍ତି। ଯାହାକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚମ୍ପାଇ ଏବେ ବିଜେପି ଜାଲରେ ଫସି ସାରିଛନ୍ତି। ତାଙ୍କର କହିବା ଅନୁସାରେ ତାଙ୍କୁ ଅପମାନ କରାଯାଇଛି କିନ୍ତୁ ହେମନ୍ତ ସୋରେନ ତାଙ୍କୁ ଦଳରେ ସବୁଠାରୁ ଗୁରୁତ୍ୱ ଦେଇଛନ୍ତି। ଆଉ ଯେଉଁ ଶିଖରରେ ସେ ପହଞ୍ଚିଛନ୍ତି ତାହା ତାଙ୍କ ପାଇଁ ସ୍ବପ୍ନ ସଦୃଶ ହେବ। ବରିଷ୍ଠ କଂଗ୍ରେସ ନେତା ରାଜେଶ ଠାକୁର କହିଛନ୍ତି, ଚମ୍ପାଇ ସୋରେନଙ୍କୁ ପୁଣିଥରେ ମନ୍ତ୍ରୀ କରାଯାଇଥିଲା। ହେମନ୍ତ, ଚମ୍ପାଇଙ୍କୁ ସାମିଲ୍‌ କରିବା ପାଇଁ ନିଜ ଭାଇ ବସନ୍ତ ସୋରେନଙ୍କୁ ପଦ ଦେଇ ନ ଥିଲେ। ହେଲେ ଚମ୍ପାଇ ବେଇମାନ କରିଛନ୍ତି। ସେ ସେଥିପାଇଁ ଦେଶଦ୍ରୋହୀ।

 

Leave a Reply

Your email address will not be published. Required fields are marked *