ବିରୋଧୀଙ୍କ ବଡ଼ ଆକ୍ସନ: ରାଜ୍ୟସଭା ଅଧ୍ୟକ୍ଷ ପଦରୁ ହଟିବେ ଧନଖର!

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଚାଲିଥିବାବେଳେ ଶୁକ୍ରବାର ରାଜ୍ୟ ସଭାରେ ଗୃହ ଅଧ୍ୟକ୍ଷ ଓ ଜଣେ ମହିଳା ଏମପିଙ୍କ ମଧ୍ୟରେ କଥା କଟାକଟି ଉଗ୍ର ରୂପ ନେଇଛି। ଗୃହରେ ଅଧ୍ୟକ୍ଷ ଧନଖର ଯେତେବେଳେ ଜୟାଙ୍କୁ ଜୟା ଅମିତାଭ ବଚ୍ଚନ କହି ସମ୍ବୋଧନ କରିଥିଲେ ସେତେବେଳେ ଜୟା ସାଙ୍ଗେସାଙ୍ଗେ ରାଗି ଯାଇଥିଲେ। ଯାହାକୁ ନେଇ ସେ କହିଛନ୍ତି, ମୁଁ ଜଣେ କଳାକାର ଏବଂ ସବୁ ଇସାରାକୁ ବହୁତ ଭଲ ଭାବରେ ବୁଝି ପାରୁଛି। ସମାଜବାଦୀ ପାର୍ଟିର ସଦସ୍ୟ ଜୟା ବଚ୍ଚନ ଏବଂ ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଛି। ଧନଖରଙ୍କୁ ଜୟା ଆହୁରି କହିଛନ୍ତି , ମୋତେ କ୍ଷମା କରିବେ କିନ୍ତୁ ଆପଣଙ୍କର ଏପରି ବ୍ୟବହାର ମୋ ପାଇଁ ଆଦୌ ଗ୍ରହଣୀୟ ନୁହେଁ। କହିରଖୁଛୁ କି, ଅଧ୍ୟକ୍ଷ ଜୟା ବଚ୍ଚନଙ୍କୁ ଜୟା ଅମିତାଭ ବଚ୍ଚନ ବୋଲି ସମ୍ବୋଧିତ କରିଥିଲେ, ଯେଉଁଥିରେ ରାଜ୍ୟ ସଭା ଏମପି ଜୟା ଅନେକ ଥର ଆପତ୍ତି ଜଣାଇଥିଲେ।

Leave a Reply

Your email address will not be published. Required fields are marked *