ବିଶ୍ବର ଧନୀ ମହିଳା ଏଲନ୍ ମସ୍କ

ନୂଆଦିଲ୍ଲୀ:  ଯେତେବେଳେ ବି ବିଶ୍ବର ଧନୀ ବ୍ୟକ୍ତିମାନଙ୍କ ବିଷୟରେ ଆଲୋଚନା ହୁଏ, ସେତେବେଳେ ଏଲନ୍ ମସ୍କ ଏବଂ ମୁକେଶ ଅମ୍ବାନୀଙ୍କ ନାମ ତାଲିକାର ଶୀର୍ଷରେ ଆସିଥାଏ। ତେବେ ବିଶ୍ବ ଧନୀ ତାଲାକାର ଶୀର୍ଷ ୨୦ ମଧ୍ୟରେ ଏମିତି ଜଣେ ମହିଳା ରହିଛନ୍ତି ଯେ କି ବିଶ୍ବର ସବୁଠାରୁ ଧନୀ। ବିଶ୍ବର ବୃହତ୍‌ ରିେଟଲ ଏବଂ ଇ-କମର୍ସ କମ୍ପାନୀ ୱାଲ୍‌ମାର୍ଟକୁ କିଏ ନ ଜାଣେ। ୱାଲମାର୍ଟ ପ୍ରତିଷ୍ଠାତା ସାମ ୱାଲଟନ୍‌ଙ୍କ ଝିଅ ହେଉଛନ୍ତି ଏଲିସ୍‌ ୱାଲଟନ୍‌। ଏଲିସ୍‌ ହେଉଛନ୍ତି ଦୁନିଆର ସବୁଠାରୁ ଧନୀ ମହିଳା। ଏହାଛଡା ବିଶ୍ବ ଧନୀ ତାଲିକାରେ ସେ ୧୮ତମ ସ୍ଥାନରେ ରହିଛନ୍ତି। ଏଲିସ୍ ୱାଲଟନ୍‌ଙ୍କ ମୋଟ ସମ୍ପତ୍ତି ହେଉଛି ୯୫.୧ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୮ ଲକ୍ଷ କୋଟି ଟଙ୍କା। ତାଙ୍କର ସମ୍ପତ୍ତି ବହୁ ଭାରତୀୟ ଧନୀ ବ୍ୟକ୍ତିଙ୍କ ତୁଳନାରେ ଅଧିକ। ଯଦି ଆମେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ବିଷୟରେ କହିବା, ତେବେ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୧୧୩ ବିଲିୟନ ଡଲାର ଏବଂ ସେ ବିଶ୍ବ ଧନୀ ତାଲିକାରେ ଦ୍ୱାଦଶ ସ୍ଥାନରେ ରହି ଆଲିସଙ୍କଠାରୁ ଆଗରେ ଅଛନ୍ତି।

Leave a Reply

Your email address will not be published. Required fields are marked *