ବିଶ୍ୱ ଧଳା ବାଡ଼ି ଦିବସ ପାଳିତ

ଭୁବନେଶ୍ୱର: ଓଡିଶା ଦୃଷ୍ଟି ବାଧିତ ମହିଳା ମହାସଂଘ ଦ୍ୱାରା ବିଶ୍ୱ ଧଳା ବାଡ଼ି ଦିବସ ଓଡିଶା ଦୃଷ୍ଟି ହୀନ ସଂଘର କାର୍ଯ୍ୟାଳୟ ଠାରେ ପାଳନ କରାଯାଇଅଛି l ଏଥିରେ ବିଭିନ୍ନ ଜିଲ୍ଲାରୁ ଦୃଷ୍ଟିହୀନ ପୁରୁଷ ଓ ମହିଳା ଯୋଗଦେଇଥିଲେ l ଏଥିରେ ସଭାପତିତ୍ୱ କରିଥିଲେ ଓଡିଶା ଦୃଷ୍ଟି ବାଧିତ ମହିଳା ମହାସଂଘ ର ସଭାପତି ସୁଶ୍ରୀ ସ୍ନେହାଞ୍ଜଳି ମହାନ୍ତି l ମୁଖ୍ୟ ଅତିଥି, ସନ୍ୟାସ କୁମାର ବେହେରା, ମୁଖ୍ୟବକ୍ତା ଶ୍ରୀମତୀ ସ୍ମୃତିସୁଦ୍ଧା ପଣ୍ଡା, ଡ଼ଃ ଗୀତାଞ୍ଜଳି ବସ୍ତିଆ, ଶ୍ରୀମତୀ ଦେବୀ ପଟ୍ଟନାୟକ, ଶ୍ରୀମତୀ ସଂଯୁକ୍ତା ମହାନ୍ତି, ଶ୍ରୀମତୀ କୁମର ସୁଲତାନା ବେଗମ, ସାବିତ୍ରୀ ସାମନ୍ତରାୟ, ସାଧାରଣ ସମ୍ପାଦିକା, ଶ୍ରୀମତୀ ସୁଶ୍ରୀ ସାହୁ, ଉପସଭାପତି, ଓଡିଶା ଦୃଷ୍ଟି ବାଧିତ ମହିଳା ମହାସଂଘ l ସମସ୍ତେ ବିଶ୍ୱ ଧଳା ବାଡ଼ି ଦିବସ ଉପରେ ଆଲୋକପାତ କରିଥିଲେ ଏବଂ କିଭଳି ଦୃଷ୍ଟି ବାଧିତ ମହିଳାମାନେ ସମାଜରେ ସମ୍ମାନ ର ସହ ବଂଚିବାର ଅଧିକାର କୁ ସୁନିଶ୍ଚିନ୍ତ କରିପାରିବେ ତଥା ସମାଜରେ ସମନତାର ଅଧିକାର ଓ ସହାଭାଗୀତାର ଅଧିକାରକୁ ସକ୍ରିୟା କରିପାରିବେ ତାହା ଉପରେ ବକ୍ତାମାନେ ସେମାନଙ୍କର ବକ୍ତବ୍ୟ ରଖିଥିଲେ l ଏଥିରେ ସହଯୋଗ ର ହତା ବଢ଼ାଇଥିଲେ ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ ଏବଂ ମାଧ୍ୟମ, l

Leave a Reply

Your email address will not be published. Required fields are marked *