ବ୍ଲକ୍ ଅଧ୍ୟକ୍ଷା ଦ୍ଵାରା ଗାନ୍ଧୀ ଜୟନ୍ତୀ ପାଳିତ

ଗଣିଆ -(ମନୋରଞ୍ଜନ ମଳିକ)-, ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଝୁନା ଜେନା ଙ୍କ ଦ୍ଵାରା ଗାନ୍ଧୀ ଜୟନ୍ତୀ ପାଳିତ ହୋଇ ଯାଇଛି ବୋଲି ଜଣାପଡିଛି,ଖବର ନେବାରେ ଜଣାଗଲା ଯେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଝୁନା ଜେନା ପ୍ରଥମେ ଗଣିଆ ବ୍ଲକ୍ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତୀ କୁ ପୁଷ୍ପମାଲ୍ୟ ଦେଇ ଗଣିଆ ବଜାର ପରିକ୍ରମା କରି ଗଣିଆ ଗାନ୍ଧୀ ମୂର୍ତ୍ତୀ ଉପାରେ ଫୁଲ୍ ମାଳ ଦେଇ ଥିଲେ, ଏହା ପରେ ମେଡିକାଲ୍ କୁ ଯାଇ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଗଣିଆ ବ୍ଲକ୍ ର ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ନରେଶ ବେହେରା, ଗଣିଆ ବ୍ଲକ୍ ସରପଞ୍ଚ ସଂଘ, ସମେତ ସମାଜସେବୀ ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ବେହେରା, ପ୍ରଫୁଲ୍ଲ କୁମାର ବେହେରା, ଦଣ୍ତଧର ଦାସ, ସରପଞ୍ଚ ଙ୍କ ପ୍ରତିନିଧି ମାନେ ଉପସ୍ଥିତ ଥିଲେI

Leave a Reply

Your email address will not be published. Required fields are marked *