ଭାରତକୁ ଧମକ ଦେଲେ ପାକିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ/ଇସଲାମାବାଦ: ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଫରହତୁଲ୍ଲା ଗୌରୀ ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ସେ ଏକ ଭିଡିଓ ଜାରି କରିଛନ୍ତି। ଭିଡିଓ ମାଧ୍ୟମରେ ତାଙ୍କ ସ୍ଲିପର ସେଲ୍‌ସ୍‌କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସେମାନେ ଦିଲ୍ଲୀ-ମୁମ୍ବାଇ ସମେତ ଅନ୍ୟ ସହରରେ ଟ୍ରେନ ଚଳାଚଳ କରିବା ସହ ଭାରତର ଯୋଗାଣ ଶୃଙ୍ଖଳାକୁ ବିଚଳିତ କରିବା ଉଚିତ। ଭାରତର ମୋଷ୍ଟ ଓ୍ବାଣ୍ଟେଡ ବର୍ତ୍ତମାନ ପାକିସ୍ତାନରେ ରହୁଛନ୍ତି। ଭିଡିଓରେ ଆତଙ୍କବାଦୀ ଗୌରୀ ବୋମା ବିସ୍ଫୋରଣ ପାଇଁ ପ୍ରେସର କୁକର ବ୍ୟବହାର କରିବାକୁ କହୁଛନ୍ତି। ଭାରତର ଗୁପ୍ତଚର ଏଜେନ୍ସି ଏବଂ ଇଡି ଆମର ସମ୍ପତ୍ତିକୁ ଟାର୍ଗେଟ କରୁଛନ୍ତି। ଏହି କାରଣରୁ ଆମର ସ୍ଲିପର ସେଲ ଦୁର୍ବଳ ହୋଇଯାଉଛି । ଆମେ ଫେରି ସରକାର ହଲାଇବୁ। ହିନ୍ଦୁ ନେତାଙ୍କ ବିରୋଧରେ ଯୁଦ୍ଧ କରିବାକୁ ସେ କହିଥିଲେ, ଗୌରୀଙ୍କୁ UAPA ଅଧୀନରେ ଭାରତ ଆତଙ୍କବାଦୀ ଘୋଷିତ କରିଛି। ତାଙ୍କ ଧମକର ଭିଡିଓ ଆସିବା ପରଠାରୁ ସୁରକ୍ଷା ଏଜେନ୍ସିମାନେ ସଜାଗ ରହିଛନ୍ତି। ଏହି ଭିଡିଓ ତିନି ସପ୍ତାହ ପୂର୍ବରୁ ଟେଲିଗ୍ରାମରେ ପୋଷ୍ଟ କରାଯାଇଥିଲା ଏବଂ ଅଗଷ୍ଟ ୨୮ରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା।

Leave a Reply

Your email address will not be published. Required fields are marked *