ଭାରତର ବଡ଼ ବିଜୟ ହାସଲ: ବାଂଲାଦେଶକୁ ୨୮୦ ରନରେ ପରାସ୍ତ 

ନୂଆଦିଲ୍ଲୀ: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଭାରତୀୟ ଦଳ ଏହି ବିଜୟ ସହିତ ୯୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି। ୯୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ଟେଷ୍ଟ ଇନିଂସରେ ବିଜୟ ଏବଂ ପରାଜୟର ମାର୍ଜିନରେ ଏକ ବଡ଼ ପରିବର୍ତ୍ତନ କରିଛି। ଏହି ବିଜୟରେ ରବିଚନ୍ଦ୍ରନ ଅଶ୍ୱିନ, ଶୁଭମାନ ଗିଲ ଏବଂ ଜସପ୍ରୀତ ବୁମ୍‌ରା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ଏହି ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୩୭୬ ରନ କରିଥିଲା। ଏହାପରେ ଦ୍ୱିତୀୟ ପାଳିରେ ବାଂଲାଦେଶ ୧୪୯ ରନ କରି ଅଲ ଆଉଟ ହୋଇ ଯାଇଥିଲା। ଦ୍ୱିତୀୟ ଇନିଂସରେ ଭାରତ ୪ ଉଇକେଟ୍‌ ହରାଇ ୨୮୭ ରନ କରି ପାଳି ଘୋଷଣା କରିବା ପରେ ବାଂଲାଦେଶ ଆଗରେ ୫୧୫ ରନର ଟାର୍ଗେଟ ରହିଥିଲା। ହେଲେ ବାଂଲାଦେଶ ୨୩୪ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି।

Leave a Reply

Your email address will not be published. Required fields are marked *