ଭୁବନେଶ୍ବର: ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଭୁବନେଶ୍ୱରରେ ଆୟୋଜିତ ଏକ କିଲୋମିଟର ଲମ୍ବା ତ୍ରିରଙ୍ଗା ଶୋଭାଯାତ୍ରା ଓ ସମ୍ବର୍ଦ୍ଧନା ସଭାରେ ସାମିଲ୍ ହୋଇ ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହି ଅବସରରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ଯ ସାଧାରଣ ସମ୍ପାଦକ ଶାରଦା ଶତପଥି, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମିଶ୍ର, ବିଧାୟକ ବାବୁ ସିଂ, ପୂର୍ବତନ ଯୁବମୋର୍ଚ୍ଚା ସଭାପତି ତଥା ବର୍ତ୍ତମାନର ଭଟଲୀ ବିଧାୟକ ଇରାଶିଷ ଆଚାଯ୍ଯଙ୍କ ସମେତ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ସଭାକୁ ସମ୍ବୋଧିତ କରିବା ସହ କାରଗିଲ ଯୋଦ୍ଧା ଓ ସହିଦ୍ ଯବାନଙ୍କ ପରିବାର ବର୍ଗଙ୍କୁ ସମ୍ମାନିତ କରିଥିଲେ














Leave a Reply