ଭାରତୀୟ ସୈନ୍ୟଙ୍କୁ ଫେରାଇବା ନେଇ ବଡ଼ ବୟାନ ଦେଲା ଋଷିଆ

ମସ୍କୋ: ଭାରତର ଲଗାତାର ଚାପ ପରେ ଋଷିଆ ଶେଷରେ ତା’ ସେନାରେ କାର୍ଯ୍ୟ କରୁଥିବା ଭାରତୀୟମାନଙ୍କୁ ଶୀଘ୍ର ସ୍ଥାନାନ୍ତର କରିବାକୁ ଆଶ୍ୱସନା ଦେଇଛି। ଏହି ପରିପ୍ରେକ୍ଷୀରେ, ଦିଲ୍ଲୀରେ ଋଷିଆ ଦୂତାବାସ କହିଛି ଯେ, ଭାରତୀୟଙ୍କୁ ଋଷିଆ ସୈନ୍ୟରୁ ବାହାର କରିବା ପାଇଁ ମସ୍କୋ ଲଗାତାର କାର୍ଯ୍ୟ କରୁଛି। ଋଷିଆ ଦୂତାବାସ ସୂଚନା ଦେଇଛି ଯେ ଏପ୍ରିଲ ମାସରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଋଷିଆର ସଶସ୍ତ୍ର ବାହିନୀରେ ଭାରତୀୟଙ୍କ ସମେତ ଅନ୍ୟ ଦେଶର ନାଗରିକ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗାଇଛି। ଅନ୍ୟ ଏକ ବିବୃତ୍ତିରେ ଋଷିଆ ଦୂତାବାସ ୟୁକ୍ରେନ ବିରୋଧରେ ନିଜ ସେନାର ଅପରେସନରେ ପ୍ରାଣ ହରାଇଥିବା ଭାରତୀୟଙ୍କୁ ସମବେଦନା ଜଣାଇଛିି। ଏପରିକି ଲୋକ ସଭାରେ ମଧ୍ୟ ଭାରତୀୟ ସୈନ୍ୟଙ୍କ ପ୍ରତ୍ୟାହାର ନେଇ କେନ୍ଦ୍ର ସରକାର ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *