ଭିଟାମିନ୍ ଅଭାବରୁ ବୃଦ୍ଧି ପାଏନି କେଶ

ଲମ୍ବା ଓ ଘନ କେଶ ସମସ୍ତେ ଚାହିଁଥାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ କେଶ ଝଡ଼ିବା ସାଧାରଣ ହୋଇଗଲାଣି। ପିଲାଠୁ ବୟସ୍କ ସମସ୍ତେ ଏହି ସମସ୍ୟାର ସାମ୍ନା କରୁଛନ୍ତି। ବାୟୁମଣ୍ଡଳର ପରିବର୍ତ୍ତନ ଏହାର ମୁଖ୍ୟ କାରଣ ହୋଇଥିଲେ ମଧ୍ୟ ଶରୀରର ଏକାଧିକ ଭିଟାମିନ୍ ଅଭାବରୁ କେଶ ବୃଦ୍ଧି ହୋଇନଥାଏ, ଝଡ଼ିବା ଆରମ୍ଭ ହୁଏ । ବାୟୋଟିନ୍, ଭିଟାମିନ୍ B7 ଭାବରେ ମଧ୍ୟ ଜଣାଶୁଣା। କେଶ ବୃଦ୍ଧି ପାଇଁ ଭିଟାମିନ୍ ମଧ୍ୟରୁ ବାୟୋଟିନ୍ ଅନ୍ୟତମ। ଶରୀରରେ ବାୟୋଟିନର ଅଭାବ ହେଲେ କେଶ ଝଡ଼ିବା ଆରମ୍ଭ ହୋଇଯାଏ। ଏଥିପାଇଁ ଅଣ୍ଡା କେଶର, ବାଦାମ, ସିଡ୍ସ, ମାଛ, ମାଂସ ଏବଂ ସବୁଜ ପତ୍ରଯୁକ୍ତ ପନିପରିବା ଖାଆନ୍ତୁ।

Leave a Reply

Your email address will not be published. Required fields are marked *