ଭୁବନେଶ୍ୱରରେ ମିଟ୍‌ ରିଜ୍‌ଟା ପ୍ରୋଗ୍ରାମ ଉନ୍ମୋଚନ

ଭୁବନେଶ୍ୱର: ଦେଶର ପ୍ରମୁଖ ଇଲେକ୍‌ଟ୍ରିକ ଦୁଇଚକିଆ ଯାନ ଉପତ୍ାଦନକାରୀ ଏଥର୍‌ ଏନର୍ଜିର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମିଟ୍‌ ରିଜ୍‌ଟା’ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଥର୍‌ର କମ୍ୟୁନିଟି ସଦସ୍ୟ ଇଲେକ୍‌ଟ୍ରିକ ଯାନ ଉତ୍ସାହୀ ଓ ନୂଆ ରିଜ୍‌ଟା ମାଲିକମାନଙ୍କ ପାଇଁ କମ୍ପାନୀର ନୂଆ ଫାମିଲି ସ୍କୁଟର ରିଜ୍‌ଟା ଓ ଅଭିନବ ହାଲୋ ହେଲ୍‌ମେଟର ଉନ୍ମୋଚନ କରାଯାଇଥିଲାବେଳେ ୪୦ଟି ରିଜ୍‌ଟା ଫାମିଲି ସ୍କୁଟର ଡେଲିଭରି ମଧ୍ୟ କରାଯାଇଛି।  ଏ ସମ୍ପର୍କରେ ଏଥର୍‌ ଏନର୍ଜିର ସିବିଓ ରବନିତ ସିଂହ ଫୋକେଲା କହିଛନ୍ତି, ଓଡ଼ିଶା ଆମ ପାଇଁ ଏକ ପ୍ରମୁଖ ବଜାର ହୋଇଥିଲାବେଳେ ଆମେ ନୂତନ ମଡେଲର ଶୁଭାରମ୍ଭ ସହିତ ୪୦ଟି ରିଜ୍‌ଟା ଫାମିଲି ସ୍କୁଟର ଡେଲିଭରି କରି ବେଶ୍‌ ଉତ୍ସାହିତ ଅଛୁ। ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଲୋକମାନଙ୍କୁ ଏଥର୍‌ର ଏକ୍ସପେରିଏନ୍ସ ଜୋନ୍‌କୁ ଅନ୍ବେଷଣ କରିବା ପାଇଁ ସୁଯୋଗ ମିଳିଥିଲା।

Leave a Reply

Your email address will not be published. Required fields are marked *