ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ସେହି ଲୋକଙ୍କୁ ଲାଇସେନ୍ସ ଦିଆଯାଏ ଯେଉଁମାନେ ମଦ କିଣି ଟ୍ରାଭେଲ କରନ୍ତି। ଏହି ଲାସେନ୍ସକୁ ଅଲ ଇଣ୍ଡିଆ ଲିକର୍ ପରମିଟ୍ କୁହାଯାଏ। ଏହି ଲାଇସେନ୍ସ ନେବା ଦ୍ୱାରା ଆପଣ ମଦ୍ୟପାନ କରିବା ସହ ଜଡିତ ଅନେକ ଆଇନଗତ ମାମଲାରୁ ନିଜକୁ ରକ୍ଷା କରିପାରିବେ। ରିପୋର୍ଟ ଅନୁସାରେ, ଯେତେବେଳ କୌଣସି ସ୍ଥାନରେ ମଦ୍ୟପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଏ ତେବେ ଏହି ଲାଇସେନ୍ସ ଚେକ୍ କରାଯାଏ। କହିରଖୁଛୁ କି, ବିଭିନ୍ନ ରାଜ୍ୟରେ ଅଲ ଇଣ୍ଡିଆ ପରମିଟ୍କୁ ନେଇ ଅଲଗା ଅଲଗା ନିୟମ ଅଛି। ମହାରାଷ୍ଟ୍ରରେ ଏହି ନିୟମ ପାଳନ କରାଯାଉଥିବାବେଳେ ଦିଲ୍ଲୀରେ ଏହି ନିୟମ ନାହିଁ। କୌଣସି ବିବାହ କିମ୍ବା ପାର୍ଟିରେ ମଦ୍ୟପାନ କରୁଥିବାବେଳେ ଏହି ଲାଇସେନ୍ସ ରଖିବାକୁ ପରାମର୍ଶ ଦିଆଯାଏ।
ମଦ୍ୟପାନ ପାଇଁ ଦରକାର ପଡିବ ଲାଇସେନ୍ସ














Leave a Reply