ମହାନଦୀ ଓ ପୋଲାଭରମ୍‌‌ ପ୍ରସଙ୍ଗରେ ହାତ ଝାଡ଼ିଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ମହାନଦୀ ଓ ପୋଲାଭରମ୍‌‌ ପ୍ରସଙ୍ଗରେ ହାତ ଝାଡ଼ିଦେଲେ ରାଜ୍ୟ ସରକାର। ଅଦାଲତ ଓ ଟ୍ରିବ୍ୟୁନାଲରେ ଏହି ପ୍ରସଙ୍ଗ ବିଚରାଧୀନ ଥିବା ଉଲ୍ଲେଖ କରି ସରକାର ଉଭୟ ପ୍ରସଙ୍ଗରେ ନିଜ ଉପରୁ ଦାୟିତ୍ୱ ଖସାଇ ଦେଇଛନ୍ତି। ବିଧାନସଭାରେ ବିଧାୟକ ପବିତ୍ର ସାଉଁତାଙ୍କର ଏକ ଅଣତାରକା ପ୍ରଶ୍ନରେ ମିଳିଥିବା ଉତ୍ତରରୁ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଯାଇଛି। ଗୁରବାର ବିଧାନସଭାରେ ଉଭୟ ମହାନଦୀ ଏବଂ ପୋଲାଭରମ୍‌ ପ୍ରକଳ୍ପ ସମ୍ବନ୍ଧରେ ବିଧାୟକ ପବିତ୍ର ସାଉଁତା ଏକ ଅଣତାରକା ପ୍ରଶ୍ନ କରିଥିଲେ। ମହାନଦୀ ଓଡ଼ିଶାର ଜୀବନରେଖା ହୋଇଥିବା ବେଳେ ଅଣ-ମୌସୁମୀ ସମୟରେ ଛତିଶଗଡ଼ ନିଷ୍ଠୁର ଆଚରଣ କରୁଛି। ଛତିଶଗଡ଼ ଓ ଓଡ଼ିଶାରେ ଟ୍ରିପଲ ଇଞ୍ଜିନ୍‌ ସରକାର ଚାଲୁଥିବା ବେଳେ ଓଡ଼ିଆ ଅସ୍ମିତାର ରକ୍ଷା ପାଇଁ ଛତିଶଗଡ଼ ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ସମସ୍ୟାର ସମାଧାନ କରିବେ କି? ସମାନ ଭାବେ ପୋଲାଭରମ୍‌‌ ବିଷୟରେ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କ ସହ ରାଜ୍ୟ ସରକାର ଆଲୋଚନା କରିବେ କି ବୋଲି ଏକ ଅଣତାରକା ପ୍ରଶ୍ନ କରିଥିଲେ।

Leave a Reply

Your email address will not be published. Required fields are marked *