‘ମହିନ୍ଦ୍ରା ଥାର୍‌ ରକ୍ସ’ର ବଜାର ପ୍ରବେଶ

ନୂଆଦିଲ୍ଲୀ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ (ମହିନ୍ଦ୍ରା)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଏସ୍‌ୟୁଭି ‘ମହିନ୍ଦ୍ରା ଥାର୍‌ ରକ୍ସ’ର ଓ୍ବାର୍ଲଡ ପ୍ରିମିୟର ସହ ଅନାବରଣ ନିକଟରେ ହୋଇଯାଇଛି। ଏପରିକି ‘ମହିନ୍ଦ୍ରା ଥାର୍‌ ରକ୍ସ’ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଏସ୍‌ୟୁଭି ଉତ୍ପାଦକ (ନିର୍ମାତା) ମହିନ୍ଦ୍ରା ତା’ର ଏହି ନୂତନ ଏସ୍‌ୟୁଭି ମହିନ୍ଦ୍ରା ଥାର୍‌ ରକ୍ସ ଜରିଆରେ ଏକ ନୂତନ କ୍ଷମତା ପ୍ରଦର୍ଶନ ସହ ଶିଳ୍ପରେ ମଧ୍ୟ ନୂଆ ମାଇଲଖୁଣ୍ଟ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ସେହିଭଳି ‘ମହିନ୍ଦ୍ରା ଥାର୍‌ ରକ୍ସ’ରେ ୨ଲିଟର ଟର୍ବୋ ପେଟ୍ରୋଲ ଏବଂ ୨.୨ଲିଟର ଡିଜେଲ ଇଞ୍ଜିନର ବିକଳ୍ପ ମଧ୍ୟ ଉପଲବ୍ଧ। ଏପରିକି ୫ସିଟର ବିଶିଷ୍ଠ ଏହି ମଡେଲରେ ୬ଟି ମାନୁଆଲ ଏବଂ ୬ଟି ଅଟୋମେଟିକ୍‌ ଟ୍ରାନ୍ସ ମିଶନ ସୁବିଧା ରହିଛି। ଏପରିକି ୨୦୨୪ ଅଗଷ୍ଟ ୧୫ରେ ଏହି ମଡେଲର ଆନୁଷ୍ଠାନିକ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣାକରି ଆମେ ଆନନ୍ଦିତ ଥିଲାବେଳେ ଗ୍ରାହକଙ୍କ ଆଗ୍ରହ ଓ ଉଦ୍ଦୀପନା ଆମକୁ ବେଶ୍‌ ଆକର୍ଷିତ କରିଛି ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି।

Leave a Reply

Your email address will not be published. Required fields are marked *