ମାଆଙ୍କ ଗୀତ ଶୁଣି କାନ୍ଦିଲେ ଜାହ୍ନବୀ

ଦିବଗଂତ ଅଭିନେତ୍ରୀ ଶ୍ରୀଦେବୀ ଏବେ ବି ଦର୍ଶକ ଓ କଳାକାରଙ୍କ ହୃଦୟରେ ଅଛନ୍ତି। ଆଜି ବି ମଞ୍ଚ‌ରେ ଶ୍ରୀଦେବୀଙ୍କ ଗୀତରେ ଝୁମିବାକୁ ପସନ୍ଦ କରନ୍ତି କଳାକାର। ମାଆଙ୍କ ଗୀତ କାନରେ ବାଜିବା ମାତ୍ରକେ ଜାହ୍ନବୀ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଲେ। ସେ ଜୋରରେ କାନ୍ଦିବାକୁ ଲାଗିଲେ। ସେଠାରେ ବେଶୀ ସମୟ ରହି ନପାରି ଦୌଡ଼ିଦୌଡ଼ି ନିଜ ଭ୍ୟାନ୍‌କୁ ପଳାଇଲେ।ହେଲେ ମା’ଙ୍କ ଗୀତ ଶୁଣିଲେ ତାଙ୍କ ଝିଅମାନେ ଥୟ ଧରି ରହିପାରନ୍ତି ନାହିଁ, ଭାବନାରେ ଭାସି ନିଜ ଉପରୁ ନିୟନ୍ତ୍ରଣ ହରାନ୍ତି। ନିକଟରେ ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ ନିଜର ଏକ ଅଭିଜ୍ଞତା ବଖାଣିଛନ୍ତି। ତାଙ୍କ କହିବାନୁସାରେ ସେ ଏକ କାର୍ଯ୍ୟକ୍ରମକୁ ଯାଇଥିଲେ। ସେଠାରେ ତ‌ାଙ୍କ ମାଆଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ଯୋଜନା ଥାଏ। ମାତ୍ର ଜାହ୍ନବୀଙ୍କୁ ଏକଥା ଜଣା ନଥାଏ। ସେ ମଞ୍ଚରେ ବସିଥ‌ାନ୍ତି ଓ ତାଙ୍କ ସାମ୍ନାରେ ଜଣେ ଆସି ଶ୍ରୀଦେବୀଙ୍କ ଗୀତରେ ନୃତ୍ୟ ପ୍ରଦର୍ଶନ କଲେ।

Leave a Reply

Your email address will not be published. Required fields are marked *