ମା ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟର ଦିନିକିଆ କଥାମୃତ ଭଜନ

ଭୁବନେଶ୍ୱର : ଉଇନର ଆସୋସିଏସନ ସହିଦନଗର ଭୁବନେଶ୍ୱର ଠାରେ ମୁଖ୍ୟ ଉପଦେଷ୍ଟା ନିଶିକାନ୍ତ ମିଶ୍ର, ସଭାପତି ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ “ମା ଅନନ୍ତ.. ତାର କଥା ଅନନ୍ତ” ଦିନିକିଆ କଥାମୃତ ଭଜନ ଓ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇ ଥିଲା  । ମାସକରେ ଦିନିକିଆ ସତସଙ୍ଗ କାର୍ଯ୍ୟକ୍ରମକୁ ସମସ୍ତେ ସହଯୋଗ କରିବାକୁ ସମ୍ମତି ଦେଇଥିଲେ । ଓଡିଶାରେ ବ୍ୟାପକ ଭାବେ ମାଙ୍କ ପ୍ରଚାର ପ୍ରସାର କରିବାକୁ ଡ଼ ମଧୁମାଧବ ଜେନା ପ୍ରସ୍ତାବ ଦେଇଥିଲେ ଓ ସମସ୍ତେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ନିବେଦନ କରିଥିଲେ । ସମ୍ପାଦକ ଉମାନାଥ ମିଶ୍ର ସମ୍ୟକ ଭାବେ ଆଦିଶକ୍ତି ଟ୍ରଷ୍ଟ ସମ୍ବନ୍ଧରେ କହିଥଲେ ଓ ଚଳିତ ବର୍ଷ ମାଙ୍କ ସ୍ୱାଗତ ନିମନ୍ତେ ଆସନ୍ତା ୧୩.୯.୨୪ (ଶୁକ୍ରବାର)ସନ୍ଧ୍ୟାରେ ଉଇନର ଆସୋସିଏସନର ଗଣେଶ ପୂଜା ସମୟରେ “ମାତା କି ଜାଗରଣ” କରାଯିବ ବୋଲି ଘୋଷଣା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରବିନାରାୟଣ ମହାପାତ୍ର, କନକ ଲତା ମହାପାତ୍ର, ଡ଼ ମଧୁମାଧବ ଜେନା, ସଭାପତି ଡ଼ ନାରାୟଣ ମହାପାତ୍ର, ସମ୍ପାଦକ ଉମାନାଥ ମିଶ୍ର, ଯୁଗ୍ମ ସମ୍ପାଦକ ମଳୟ ରଞ୍ଜନ ମହାପାତ୍ର, ଉପଦେଷ୍ଟା ଦିଲ୍ଲୀପ ପଟନାୟକ, ବିପିନ ବିହାରୀ ସାହୁ, ରଞ୍ଜନ ସାମଲ, ଚିନ୍ତାମଣି ମିଶ୍ର, ଅକ୍ଷୟ ସାହୁ, ତ୍ରିଲୋଚନ ପଟନାୟକ, ବଂଶୀଧର ନାୟକ, ଶ୍ରୀନିବାସ ରାଓ, ମନୋରଞ୍ଜନ ପଲେଇ, ସୁନୀଲ ତାଡ଼, ରାହୁଲ ପଲେଇ, ଶ୍ରମତି ସାସ୍ୱତୀ ମିଶ୍ର, ପ୍ରମୋଦିନୀ ପଣ୍ଡା, ଅନିତା ମହାପାତ୍ର, ଅପର୍ଣ୍ଣା ସାମନ୍ତରାୟ, ମିତାରାଣି ମହାପାତ୍ର, ରାଜଲକ୍ଷ୍ମୀ ଶାରଦ ପ୍ରମୁଖ ସଦସ୍ୟ ମାନେ ଯୋଗ ଦେଇଥିଲେ ।

 

Leave a Reply

Your email address will not be published. Required fields are marked *