ମେୟରଙ୍କ ବିପି ମାପିଲେ କୃଷ୍ଣଚନ୍ଦ୍ର

ଭୁବନେଶ୍ବର: ମେୟରଙ୍କ ବିପି ମାପିଲେ ନଗର ଉନ୍ନୟନ ମନ୍ତ୍ରୀ। ରବିବାର ବିଡିଏର ୪୨ତମ ପ୍ରତିଷ୍ଠା ଦିବସରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଉଦଘାଟନ କରିବାକୁ ଆସିଥିବା ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମେୟରଙ୍କ ସମେତ ବିଧାୟକ ବାବୁ ସିଂ, ବିଜେପି ବରିଷ୍ଠ ନେତା ସମୀର ମହାନ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ମନ୍ତ୍ରୀ ସେମାନଙ୍କର ବ୍ଲଡ ପ୍ରେସର ମାପିବା ସହିତ ସ୍ବାସ୍ଥ୍ୟ ଟିପସ ମଧ୍ଯ ଦେଇଥିଲେ।ତେବେ ଶନିବାର ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଠାରେ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମେୟର ସୁଲୋଚନା ଦାସଙ୍କୁ ଯୋଗଦେବାକୁ ନିମନ୍ତ୍ରଣ ମିଳିଥିଲା। ମେୟର ଏବଂ ବିଜେଡି କର୍ପୋରେଟରମାନେ କାର୍ଯ୍ୟକ୍ରମରେ ଯୋଗଦେବା ପରେ ତାଙ୍କୁ ମଞ୍ଚରେ ବସିବାକୁ ଚୌକି ଦିଆଯାଇ ନ ଥିଲା। ଫଳରେ ମେୟର ସୁଲୋଚନା ଦାସଙ୍କ ସମେତ ସେଠାକୁ ଯାଇଥିବା ସମସ୍ତ ବିଜେଡି କର୍ପୋରେଟର କାର୍ଯ୍ୟକ୍ରମକୁ ବର୍ଜନ କରି ଫେରି ଆସିଥିଲେ।

Leave a Reply

Your email address will not be published. Required fields are marked *