ମୋଦିଙ୍କୁ ଫୋନ କଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଫୋନରେ କଥା ହୋଇଛନ୍ତି। ପିଏମ ମୋଦିଙ୍କ ଏହି ବାର୍ତ୍ତାଳାପ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ସେ ନିକଟରେ ଜେଲେନସ୍କିଙ୍କୁ ଭେଟି ଫେରିଛନ୍ତି। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପିଏମ ମୋଦିଙ୍କୁ ଫୋନ କରି ତାଙ୍କ ୟୁକ୍ରେନ ଗସ୍ତ ବିଷୟରେ ପଚାରି ବୁଝିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ କଥା ହୋଇଛି। ଏହି ସମୟରେ ସ୍ବତନ୍ତ୍ର ଏବଂ ସୁବିଧାଜନକ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ପାଇଁ ପଦକ୍ଷେପ ଉପରେ ଆଲୋଚନା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ କଥା ହୋଇଥିଲେ। ବାଇଡେନ ତାଙ୍କ ପକ୍ଷରୁ ଫୋନ କରି ପ୍ରଧାନମନ୍ତ୍ରୀଙ୍କ ସଦ୍ୟ ସମାପ୍ତ ୟୁକ୍ରେନ ଗସ୍ତ ଏବଂ ବାଂଲାଦେଶ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏଥିସହ ରୁଷିଆ-ୟୁକ୍ରେନ ବିବାଦ ଏବଂ ୟୁକ୍ରେନ ଗସ୍ତ ବିଷୟରେ ଆଲୋଚନା ହୋଇଛି।

 

Leave a Reply

Your email address will not be published. Required fields are marked *