ଯୁକ୍ତ ଦୁଇ ସ୍ପଟ୍ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର: ଯୁକ୍ତ ଦୁଇ ସ୍ପଟ୍ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ସୋମବାର ଅର୍ଥାତ ଅଗଷ୍ଟ ୧୨ ତାରିଖରେ ସ୍ପଟ୍ ନାମଲେଖା ପାଇଁ ଛାତ୍ରଛାତ୍ରୀ  ଆବେଦେନ କରିପାରିବେ। ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୧୪ ଯାଏ ରହିଛି। ସ୍ପଟ୍ ନାମଲେଖାର ପ୍ରଥମ ମେଧା ତାଲିକା ୨୦ ଅଗଷ୍ଟରେ ପ୍ରକାଶ ପାଇବ। ସେମାନେଙ୍କ ନାମଲେଖା  ୨୨ରୁ ୨୮ ତାରିଖ ମଧ୍ୟରେ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ୨୩୪୪ଟି ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ସମୁଦାୟ ୫ ଲକ୍ଷ ୮ହଜାର ୧୬୨ଟି ସିଟ୍‌‌ ଉପଲବ୍ଧ ରହିଛି। ଏଥିପାଇଁ ମୋଟ୍‌‌ ୪ଲକ୍ଷ ୭୧ହଜାର ୫୮୭ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଫଳରେ ଚଳିତ ବର୍ଷ ପ୍ରାୟ ୩୭ ହଜାରରୁ ଅଧିକ ସିଟ୍‌‌ ଖାଲି ପଡ଼ିବ। ୨୦୨୩-୨୪ ଶିକ୍ଷାବର୍ଷରେ ୫ଲକ୍ଷ ୩୦ହଜାର ୧୫୩ଜଣ ଛାତ୍ରଛାତ୍ରୀ ଦଶମ ପାସ୍‌‌ କରିଛନ୍ତି। ପାସ୍‌‌ ଛାତ୍ରଛାତ୍ରୀଙ୍କ ତୁଳନାରେ ପ୍ରାୟ ୫୯ହଜାର କମ୍‌‌ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *