ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯିବ: ହରିଚନ୍ଦନ

ଭୁବନେଶ୍ୱର,୧୦।୮: ବାଂଲାଦେଶୀ ଅନୁପ୍ରବେଶ ଆଶଙ୍କାରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥିବୀ ରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯିବ।ଯଦି କେହି ବିନା ଡକ୍ୟୁମେଣ୍ଟରେ ରହୁଥାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଭାରତ-ବାଂଲାଦେଶ ସୀମାରେ ହଜାର ହଜାର ହିନ୍ଦୁ ସମ୍ପ୍ରଦାୟର ଲୋକ ଉପସ୍ଥିତ ଅଛନ୍ତି। ପ୍ରାୟ ୧୦୦୦ବାଂଲାଦେଶୀ ବଙ୍ଗଳାର କୁଚବିହାରର ସୀତାଲକୁଚିରେ ଜଳଭଣ୍ଡାରରେ ଠିଆ ହୋଇଛନ୍ତି ଏବଂ ସେମାନଙ୍କୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦେବାକୁ ବିଏସଏଫକୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ବାଂଲାଦେଶରେ ଏକ ନୂତନ ସରକାର ଗଠନ ହୋଇଥିଲେ ମଧ୍ୟ ସେଠାରେ ହିଂସା ଜାରି ରହିଛି। ପ୍ରଦର୍ଶନକାରୀ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରୁଛନ୍ତି। ବାଂଲାଦେଶର ଅନେକ ହିନ୍ଦୁ ପରିବାର (ଭାରତୀୟ ସୀମାରେ ବାଂଲାଦେଶୀ) ନିଜ ଘର ଛାଡି ଭାରତ ଆସିବାକୁ ଚାହାଁନ୍ତି।

Leave a Reply

Your email address will not be published. Required fields are marked *