ରାଜ୍ୟସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ମମତା ମହନ୍ତ 

ଭୁବନେଶ୍ୱର: ଶାସକ ଦଳର ପ୍ରାର୍ଥୀ ମମତା ମହନ୍ତ ନିର୍ଦ୍ୱନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭା ଉପନିର୍ବାଚନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବା ଜଗନ୍ନାଥ ପ୍ରଧାନ ଆଜି ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଥିଲେ।  ଜଗନ୍ନାଥ ପ୍ରଧାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ମତଗ୍ରହଣର ଆବଶ୍ୟକତା ପଡ଼ିନାହିଁ। ନିର୍ବାଚିତ ହେବା ପରେ ମମତା ମହନ୍ତ ବିଧାନସଭାରୁ ସାର୍ଟିଫିକେଟ ଗ୍ରହଣ କରିଛନ୍ତି। ଏହି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନ ସୁଦ୍ଧା ଶାସକ ଦଳ ପ୍ରାର୍ଥୀଭାବେ ମମତା ମହନ୍ତ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ଜଗନ୍ନାଥ ପ୍ରଧାନ ନାମାଙ୍କନପତ୍ର ଦାଖଲ କରିଥିଲେ ।

Leave a Reply

Your email address will not be published. Required fields are marked *