ରାଜ୍ୟ କଂଗ୍ରେସର ଷ୍ଟିଅରିଂ କମିଟି ନେଇ ପ୍ରତିକ୍ରିୟା ରଖିଲେ ନରସିଂହ ମିଶ୍ର

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ଷ୍ଟିଅରିଂ କମିଟି ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଷ୍ଟିଅରିଂ କମିଟିରେ ଅନେକ ବରିଷ୍ଠ ନେତାଙ୍କ ନାଁ ନାହିଁ, ବରିଷ୍ଠ ନେତାଙ୍କୁ ଦଳ କୋଣଠେସା କରୁଛି କି, ଏହା ଉତ୍ତରେସେ କହିଛନ୍ତି, ଏଠି କୌଣସି ନେତାଙ୍କୁ କୋଣଠେସା କରାଯାଇନାହିଁ। ଯିଏ କାମ କରିବ ସେ ପଦ ପଦବୀରେ ନଥାଇ ଯିଏ ବି କାମ କରୁଛି, ତାକୁ ପଦ ପଦବୀରେ ରହିବାର ଆବଶ୍ୟକତା ନାହିଁ।  ରାଜ୍ୟ କଂଗ୍ରେସର ସ୍ଥିତି ଭଲ ନଥିବା ବେଳେ ଦିନକୁ ଦିନ କଂଗ୍ରେସ ଦୁର୍ବଳ ହେଉଛି। ଭୋଟ ହାର କମିବାରେ ଲାଗିଛି। କଂଗ୍ରେସକୁ ଭବିଷ୍ୟତରେ ସଫଳତା ହାସଲ କରିବା ପାଇଁ ଏଆଇସିସି ଚିନ୍ତା କରୁଥିବା ନରସିଂହ କହିଛନ୍ତି । ଷ୍ଟିଅରିଂ କମିଟି ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରେ ବୋଲି ନରସିଂହ ମିଶ୍ର କହିଛନ୍ତି । କେଉଁ ଜିଲାରେ କାହାକୁ ନେତୃତ୍ୱ ଦେଲେ ଭଲ ହେବ, ରାଜ୍ୟ କଂଗ୍ରେସର କିଏ ମଙ୍ଗ ଧରିବ କମିଟି ନିଷ୍ପତ୍ତି ନେବ। ସେ କହିଛନ୍ତି ଏଆଇସିସି ସବୁ କଥା ଚିନ୍ତା କରି ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *