ରିଲାଏନ୍ସର ୭୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀଙ୍କ ସମଗ୍ର ଦେଶରେ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ

ଭାରତରେ ,୧୦୦ ସ୍ଥାନରେ ରିଲାଏନ୍ସ ଦ୍ୱାରା କରାଯାଇଛି ସ୍ୱଚ୍ଛତା ହିଁ ସେବା ଅଭିଯାନ

ସଚେତନତା ଅଭିଯାନ ମଧ୍ୟ ୩୦,୦୦୦ ରୁ ଅଧିକ ପିଲାଙ୍କ ନିକଟରେ ପହଞ୍ଚିଛି

୧୭,୦୦୦ ରୁ ଅଧିକ ଚାରା ରୋପଣ କରାଯାଇଛି

ମୁମ୍ବାଇ / ଭୁବନେଶ୍ୱର: ୭୫,୦୦୦ ରୁ ଅଧିକ ରିଲାଏନ୍ସ ସ୍ବେଚ୍ଛାସେବୀ ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଜନ ଆନ୍ଦୋଳନର ଏକ ଅଂଶ ଭାବରେ ୪,୧୦୦ ସ୍ଥାନରେ ସ୍ୱଚ୍ଛତା ଡ୍ରାଇଭ୍ କରିଛନ୍ତି। ସାମିଲ ହୋଇଥିବା ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ୫୯ ହଜାରରୁ ଅଧିକ ରିଲାଏନ୍ସ କର୍ମଚାରୀ ଥିବା ବେଳେ ପ୍ରାୟ ୧୬ ହଜାର ଲୋକ ରିଲାଏନ୍ସ ଫାଉଣ୍ଡେସନର ବିଭିନ୍ନ ଅଭିଯାନ ସହିତ ଜଡିତ ରହିଛନ୍ତି। ରିଲାଏନ୍ସ କର୍ମଚାରୀଙ୍କ ସହିତ ସେମାନଙ୍କ ପରିବାର ଏବଂ ସମୁଦାୟର ଲୋକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସମୁଦାୟ ୧୭ ହଜାରରୁ ଅଧିକ ଗଛ ଲଗାଯାଇଥିଲା ।

ସ୍ୱଚ୍ଛତା ଡ୍ରାଇଭ ନେଇ ରିଲାଏନ୍ସ ଫାଉଣ୍ଡେସନର ସିଇଓ ଜଗନ୍ନାଥ କୁମାର କହିଛନ୍ତି, “ରିଲାଏନ୍ସ ପାଇଁ ସ୍ୱଚ୍ଛ ଭାରତ କେବଳ ଏକ ମିଶନ ନୁହେଁ; ଆମ ରିଲାଏନ୍ସ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ପରିବେଶର ଯତ୍ନ ନେବା ପାଇଁ ଏହା ଏକ ସୁଯୋଗ । ଏହି ବର୍ଷ, ରିଲାଏନ୍ସର ‘ଉଇ କେୟାର ଫର ସ୍ୱଚ୍ଛତା’ (WeCare4Swachhata) ଅଭିଯାନ ଭାରତ ସରକାରଙ୍କସ୍ୱଚ୍ଛତା ହିଁ ସେବା ଅଭିଯାନରେ ଆମର ଅଂଶଗ୍ରହଣର ଏକ ଦଶନ୍ଧି ସମ୍ପୂର୍ଣ୍ଣ କରିଛି । ରିଲାଏନ୍ସ ପରିବ୍ୟବସ୍ଥାରେ ସନ୍ନିବେଶିତ ‘ଉଇ କେୟାର’ ଦର୍ଶନ ଅନ୍ତର୍ଗତ ଆମର ଅଭିଯାନ ଏକ ସ୍ୱଚ୍ଛ ଏବଂ ସବୁଜ ଭାରତର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ସମଗ୍ର ଭାରତରେ ସ୍ୱଚ୍ଛତା ପାଇଁ ସ୍ୱେଚ୍ଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ଅଭିଯାନରେ ଯୋଗଦେବା ପାଇଁ ଜନସମୁଦାୟକୁ ଉତ୍ସାହିତ କରିବା ଆମର ଲକ୍ଷ୍ୟ ଥିଲା। ”

ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ମଧ୍ୟରେ ଭିଭିନ୍ନ ପ୍ରମୁଖ ଆବାସିକ ଅଞ୍ଚଳ, ବିଦ୍ୟାଳୟ, ବଜାର, ବେଳାଭୂମି, ଧାର୍ମିକ ସ୍ଥଳ, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ, ରାସ୍ତା, ପାର୍କ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନଗୁଡିକରେ ସ୍ୱଚ୍ଛତା ଡ୍ରାଇଭ୍ କରାଯାଇଥିଲା । ଏହା ବ୍ୟତୀତ ରିଲାଏନ୍ସ ସ୍ବେଚ୍ଛାସେବୀମାନଙ୍କ ଦ୍ୱାରା ଆୟୋଜିତ ସଚେତନତା କୁଇଜ୍, ପେଣ୍ଟିଂ ଏବଂ ପ୍ରବନ୍ଧ ପ୍ରତିଯୋଗିତା ତଥା ଅନ୍ୟାନ୍ୟ କାର୍ଯ୍ୟରେ ୩୦,୦୦୦ ରୁ ଅଧିକ ପିଲା ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *