ଶ୍ରାବଣ ସୋମବାରରେ ମହାଦେବ ପୂଜା, ଜାଣନ୍ତୁ ପୂଜାବିଧି

ଦେବ ଦେବ ମହାଦେବଙ୍କ ପ୍ରିୟ ଶ୍ରାବଣ ମାସ, ଅତ୍ୟନ୍ତ ପବିତ୍ର ଓ ଶୁଭ ବୋଲି ବିବେଚନା କରାଯାଏ। ମାନ୍ୟତା ରହିଛି ଯେ, ଶ୍ରାବଣ ସୋମବାର ଦିନ ଭଗବାନ ଶିବଙ୍କ ଆରାଧନା ସହିତ ରୁଦ୍ରାଭିଷେକ କରିବା ଦ୍ବାରା ବିଶେଷ କୃପା ପ୍ରାପ୍ତ ହୁଏ। ଶ୍ରାବଣ ମାସ ସୋମବାର ବ୍ରତ କରିବା ଦ୍ବାରା କୁମାରୀମାନଙ୍କୁ ଭଲ ବର ମିଳିଥାଏ ଏବଂ ସଧବାମାନେ ସୌଭାଗ୍ୟବତୀ ହୋଇଥାନ୍ତି ବୋଲି ବିଶ୍ବାସ ରହିଛି। ତେବେ ଶ୍ରାବଣ ସୋମବାରରେ କ’ଣ ସବୁ ପୂଜାବିଧି ରହିଛି, ଆସନ୍ତୁ ଜାଣିବା

  • ଶ୍ରାବଣ ସୋମବାର ଦିନ ଶିବଙ୍କ ପୂଜା ପାଇଁ ଅକ୍ଷତ, ଅତର, ବେଲପତ୍ର, ଗଙ୍ଗାଜଳ, ଦହି, ଘିଅ, କେସର, ଦୁଦୁରା, କନିଅର ଫୁଲ ଓ ମହୁ ନିଶ୍ଚିତ ଭାବେ ଚଢ଼ାନ୍ତୁ। ଏହିଦିନ ମହାଦେବଙ୍କର ପ୍ରିୟ ବସ୍ତୁ ଅର୍ପଣ କରିବା ଦ୍ବାରା କୃପା ଲାଭ ହୋଇଥାଏ ବୋଲି କୁହାଯାଏ।
  • ଏହି ଦିନ ନନ୍ଦୀଙ୍କ ପ୍ରତୀକ ବୃଷଭଙ୍କୁ ସବୁଜ ଚାରା ଦିଅନ୍ତୁ। ଏହାଦ୍ବାରା ସବୁ କଷ୍ଟ ଦୂର ହେବା ସହିତ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
  • ଶ୍ରାବଣ ସୋମବାରରେ ଗରିବଙ୍କୁ ଅନ୍ନ ଭୋଜନ ଦିଅନ୍ତୁ। ଏହାଦ୍ବାରା ଘରେ କେବେ ଅନ୍ନର ଅଭାବ ଦେଖାଯାଏ ନାହିଁ। ଏହା ବ୍ୟତୀତ ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ।
  • ଶ୍ରାବଣ ସୋମବାର ଦିନ ମନ୍ଦିରରେ ପୂଜା କରିବା ପରେ କିଛି ସମୟ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ। ଏହାଦ୍ବାରା ସବୁ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି।
  • ସୋମବାରଦିନ ବ୍ରତ ରଖି ୨୧ଟି ବେଲପତ୍ର ଉପରେ ଚନ୍ଦନରେ ‘ଓଁ ନମଃ ଶିବାୟ’ ଲେଖି ଶିବଲିଙ୍ଗ ଉପରେ ଚଢ଼ାନ୍ତୁ। ଏହାଦ୍ବାରା ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

Leave a Reply

Your email address will not be published. Required fields are marked *