ସର୍ବସମ୍ମୁଖରେ କ୍ଷମା ମାଗିଲେ ଅଜିତ ପାଓ୍ବାର

ମୁମ୍ବାଇ: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ଜନ ସମ୍ମାନ ଯାତ୍ରାରେ ସର୍ବସମ୍ମୁଖରେ ଭୁଲ୍‌ ମାଗିଛନ୍ତି। ସଭାରେ ସେ କହିଛନ୍ତି, ମୋର ଭୁଲ୍‌ ହୋଇଯାଇଛି। ମୋର ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ ଥିଲା। ଡେପୁଟି ସିଏମ ଅଜିତ ପାୱାର ବର୍ତ୍ତମାନ ରାଜ୍ୟରେ ଜନ ସମ୍ମାନ ଯାତ୍ରା କରୁଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ଲୋକ ସଭା ନିର୍ବାଚନରେ ସେ ଏକ ବଡ ଭୁଲ କରିଛନ୍ତି ଏବଂ ବର୍ତ୍ତମାନ ଏହାକୁ ନେଇ ଅନୁତାପ କରୁଛନ୍ତି। ଅଜିତ ପାୱାର କହିଛନ୍ତି ଯେ, ଲୋକ ସଭା ନିର୍ବାଚନରେ ସେ ତାଙ୍କ ସ୍ତ୍ରୀ ସୁନିତ୍ରା ପାଓ୍ବାରଙ୍କୁ ମଇଦାନରେ ଓହ୍ଲାଇ ବଡ଼ ଭୁଲ କରିଦେଇଛନ୍ତି। ଭଉଣୀ ସୁପ୍ରିୟା ସୁଲେଙ୍କ ବିପକ୍ଷରେ ତାଙ୍କୁ ଟିକେଟ୍‌ ଦେବା ବଡ଼ ଭୁଲ।

Leave a Reply

Your email address will not be published. Required fields are marked *