ସାମନ୍ଥାଙ୍କୁ ବିବାହ ପ୍ରସ୍ତାବ ଦେଲେ ଯୁବକ

ହାଇଦ୍ରାବାଦ: ଇନଷ୍ଟାଗ୍ରାମରେ ଜଣେ ଯୁବକ ଏକ ଭିଡିଓ ସେୟାର କରି ବିବାହ ପ୍ରସ୍ତାବ ଦେଇଛନ୍ତି। ସବୁଠୁ ବଡ଼ କଥା ହେଲା ଭିଡିଓରେ ସାମନ୍ଥା କମେଣ୍ଟ ମଧ୍ୟ କରିଛନ୍ତି। ଭିଡିଓରେ ଯୁବକ କହିଛନ୍ତି ଯେ, ‘ମୁଁ ସାମନ୍ଥ‌ାଙ୍କୁ କହିବାକୁ ଚାହେଁ ଯେ, ସେ ଚିନ୍ତା କରନ୍ତୁ ନାହିଁ। କାରଣ ମୁଁ ସବୁବେଳେ ତାଙ୍କ ସହ ରହିବି। ଏହା ପରେ ସେ ଭିଡିଓରେ ଏଭଳି ଦେଖାଉଛନ୍ତି ଯେମିତି ସେ ସାମନ୍ଥାଙ୍କ ଘର ଜିମରେ ପହଞ୍ଚି ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଉଛନ୍ତି। ଏହା ପରେ ଆର୍ଥିକ ଭାବେ ସ୍ବଚ୍ଛଳ ହେବା ପାଇଁ ୨ବର୍ଷ ସମୟ ମାଗୁଛନ୍ତି ଯୁବକ।’ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ନିର୍ବନ୍ଧ କରିଛନ୍ତି ସାଉଥ୍ ସୁପରଷ୍ଟାର ତଥା ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ। ଖବର ମିଳିଥିଲା ଯେ, ଦୁହେଁ ଗୁରୁବାର ସନ୍ଧ୍ୟାରେ ହାଇଦ୍ରାବାଦରେ ନିର୍ବନ୍ଧ କରିବେ। ହେଲେ ପରେ ଜଣାପଡ଼ିଥିଲା ଯେ, ଗୁରୁବାର ସକାଳେ ଦୁହେଁ ନିର୍ବନ୍ଧ କରିଥିଲେ। ନାଗାର୍ଜୁନ ଦୁହିଁଙ୍କ ସହ ଉଠାଇଥିବା ଫଟୋ ସେୟାର କରି ଏହି ଖବର ଦେଇଥିଲେ। ଏବେ ଚୈତନ୍ୟଙ୍କ ନିର୍ବନ୍ଧ ପରେ ତାଙ୍କ ପ୍ରଥମ ପତ୍ନୀ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କୁ ବିବାହ ପ୍ରସ୍ତାବ ମିଳିବା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *