ସୁନା ଦର ସାରା ଦେଶରେ ସମାନ ରହିବ

ନୂଆଦିଲ୍ଲୀ: ଏଣିକି ସାରା ଦେଶରେ ସୁନା ମୂଲ୍ୟ ସମାନ ରହିବ। ଖୁବ୍‌‌ ଶୀଘ୍ର ଏ କ୍ଷେତ୍ରରେ ବଡ ପରିବର୍ତ୍ତନ ହେବାକୁ ଯାଉଛି। କାରଣ ଖୁବ୍ ଶୀଘ୍ର ସାରା ଦେଶରେ ଏକକ ସୁନା ମୂଲ୍ୟ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି। ପ୍ରତ୍ୟେକ ରାଜ୍ୟର ବିଭିନ୍ନ ପ୍ରକାରର ଟିକସ ବ୍ୟତୀତ ଭାରତର ବିଭିନ୍ନ ସହରରେ ସୁନା ଓ ରୂପା ହାରରେ ଅନ୍ୟାନ୍ୟ ଜିନିଷ ଗୁଡିକୁ ଯୋଡାଯାଇଥାଏ। ଏହି କାରଣରୁ ଦେଶରେ ବିୀଭିନ୍ନ ରାଜ୍ୟରେ ସୁନା ଓ ରୂପା ମୂଲ୍ୟ ଭିନ୍ନ ରହିଥାଏ। ତେବେ ଏ ବାବଦରେ ଦେଶରେ ଏକ ବଡ ପରିବର୍ତ୍ତନ ଘଟିବାକୁ ଯାଉଛି। ଖୁବ୍ ଶୀଘ୍ର ଦେଶରେ ‹ୱାନ୍ ନେସନ୍ ୱାନ୍ ରେଟ୍’ ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି, ଯାହା କାର୍ଯ୍ୟକାରୀ ହେବା ପରେ ସାରା ଦେଶରେ ସୁନା ମୂଲ୍ୟ ସମାନ ରହିବ।  ଏଥିପାଇଁ ଜେମ୍ସ ଆଣ୍ଡ୍‌ ଜୁଏଲେରୀ କାଉନ୍‌ସିଲ୍‌ ଏକ ‹ୱାନ ନେସନ ୱାନ ରେଟ୍’ ନୀତି ଲାଗୁ କରିବାକୁ କରିବାକୁ ପ୍ରସ୍ତୁତି ଚଳାଇଛି।

Leave a Reply

Your email address will not be published. Required fields are marked *