ସେପ୍ଟେମ୍ବର ୨ରୁ ଆରମ୍ଭ ହେବ ବିଜେପିର ସଦସ୍ୟତା ଅଭିଯାନ

ନୂଆଦିଲ୍ଲୀ: ସେପ୍ଟେମ୍ବର ୨ରୁ ସାରା ଦେଶରେ ବିଜେପି ଏକ ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନ ଆରମ୍ଭ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦଳର ପ୍ରଥମ ସଦସ୍ୟ କରି ସେପ୍ଟେମ୍ବର ୨ରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଅଭିଯାନ ଆରମ୍ଭ କରିବେ। ମିସ କଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଭାଜପାର ସଦସ୍ୟ ହେବେ। ମଙ୍ଗଳବାର ଦଳର ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରି ଭାଜପା ଜାତୀୟ ସାଧାରଣ ସଚିବ ତଥା ଦଳର ଜାତୀୟ ସଦସ୍ୟତା ଅଭିଯାନର ସଂଯୋଜକ ବିନୋଦ ତାୱଡେ କହିଛନ୍ତି ଯେ ଭାଜପାର ସମ୍ବିଧାନ ଅନୁଯାୟୀ ପ୍ରତି ୫-୬ବର୍ଷରେ ସମସ୍ତେ ସଦସ୍ୟ ହୋଇଥାନ୍ତି। ଆସନ୍ତା ମାସରେ, ସେପ୍ଟେମ୍ବର ୨ରେ ଦଳର ଜାତୀୟ ସଭାପତି ଜେପି ନଡ୍ଡା ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦଳର ପ୍ରଥମ ସଦସ୍ୟ କରିବେ ଦେଶର ଯେକୌଣସି ନାଗରିକ 8800002024 ନମ୍ବରରେ କିମ୍ବା NaMo ଆପ ମାଧ୍ୟମରେ ମିସ କଲ ଦେଇ ଭାଜପାର ସଦସ୍ୟତା ଗ୍ରହଣ କରିପାରିବେ।

Leave a Reply

Your email address will not be published. Required fields are marked *