ହିନ୍ଦୁମାନଙ୍କ ଭାବନା ସହ ଖେଳାଯାଇଛି: ଶ୍ରୀଶ୍ରୀ ରବିଶଙ୍କର

ହାଇଦ୍ରାବାଦ: ତିରୁପତି ବାଲାଜୀଙ୍କ ଲଡୁକୁ ନେଇ ତୁଟୁନି ବିବାଦ। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର। ୧୮୫୭ ସିପାହୀ ବିଦ୍ରୋହ କଥା ମନେ ପକାଇଛନ୍ତି ଗୁରୁଜୀ। ହିନ୍ଦୁମାନଙ୍କ ଭାବନା ସହ ଖେଳାଯାଇଛି। ଏହାକୁ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି। କେବଳ ଲଡୁ ନୁହେଁ ବରଂ ପ୍ରତ୍ୟେକ ଖାଦ୍ୟ ପଦାର୍ଥ ଯାଞ୍ଚ କରିବା ଆବଶ୍ୟକ ବୋଲି ରବିଶଙ୍କର କହିଛନ୍ତି। ରବିଶଙ୍କର ଆହୁରି ମଧ୍ୟ କହିଛନ୍ତି, ଏହା ଏପରି କିଛି, ଯାହାକୁ କ୍ଷମା କରାଯାଇପାରିବ ନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ଯେଉଁମାନେ ଏଥିରେ ଜଡ଼ିତ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *