୨ କାଉଡ଼ିଆ ବୁଡ଼ିଗଲେ ଗଡ଼ଗଡ଼ିଆ ଘାଟରେ

କଟକ: କାଲି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଏନେଇ ରବିବାର ନଦୀ, ପୋଖରୀ ଘାଟରୁ ପାଣି ଉଠାଇ ମହାଦେବଙ୍କ ନିକଟରେ ଜଳ ଲାଗି କରିବାକୁ ସବୁଠି କାଉଡିଆଙ୍କ ଭିଡ଼ ଜମିଛି। ଏଭଳି ସ୍ଥିତିରେ କଟକ ଗଡ଼ଗଡ଼ିଆ ଘାଟରେ ମଧ୍ୟ କାଉଡିଆଙ୍କ ଭିଡ଼ ଲାଗିଛି। ହେଲେ ରବିବାର ଗଡ଼ଗଡ଼ିଆ ଘାଟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘାଟରେ ପାଣି ଉଠାଇବାକୁ ଆସିଥିବା ୨ଜଣ କାଉଡ଼ିଆ ବୁଡି ଯାଇଥିବା ଜଣାପଡିଛି। ହେଲେ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ନିଖୋଜ ଥିବା ବେଳେ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି। ଏପରିକି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି। ଉଭୟ ଭୁବନେଶ୍ବରରୁ ଆସିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *