୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ

ଟ୍ବିନ୍‌ସିଟି ବାସୀଙ୍କ ପାଇଁ ଖୁସି ଖବର। ଆଗାମୀ ୩ ବର୍ଷ ମଧ୍ୟରେ ଗଡ଼ିବ ମେଟ୍ରୋ ଟ୍ରେନ୍। ୨୦୨୭ ସରୁ ସରୁ ସରିଯିବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାମ। କଟକ-ଭୁବନେଶ୍ବର ବାସିନ୍ଦା ଅପେକ୍ଷା କରିଥିବା ବହୁ ପ୍ରତୀକ୍ଷିତ ପ୍ରକଳ୍ପ ସଂପର୍କରେ ଆସିଛି ଏଭଳି ଖବର। ପ୍ରତି ୧୦ ମିନିଟ୍ ବ୍ୟବଧାନରେ ମେଟ୍ରୋ ଟ୍ରେନ୍ ଚଳାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣିବାକୁ ଯୋଜନା ରହିଛି। ଅପ୍ ଏବଂ ଡାଉନ୍ ଲାଇନରେ ୬ଟି ଲେଖାଏଁ ମେଟ୍ରୋ ଦୌଡ଼ିବ।

୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ। ଏଥିପାଇଁ ମାଟି ପରୀକ୍ଷା ଓ ରାସ୍ତା ପ୍ରଶସ୍ତୀକରଣ କାମ ଜୋରସୋରରେ ଚାଲିଛି । ପ୍ରକଳ୍ପ ଲାଗି ୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣାଯିବାର ଯୋଜନା ରହିଛି। ଯାହାକି ପ୍ରତି ୧୦ ମିନିଟ୍‌ରେ କଟକ ତ୍ରିଶୂଳିଆରୁ ଭୁବନେଶ୍ବର ଏୟାରପୋର୍ଟ ମଧ୍ୟରେ ଦୌଡ଼ିବ।

Leave a Reply

Your email address will not be published. Required fields are marked *