ଜନସେବା କେନ୍ଦ୍ରରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଜନସେବା କେନ୍ଦ୍ର ଆଧାର ଅପଡେଟ୍‌ ପାଇଁ ଅଧିକ ଟଙ୍କା ମାଗୁଥିଲେ ଜଣାଇବାକୁ ସେ କହିଛନ୍ତି। ନିର୍ଦ୍ଧାରିତ ଠାରୁ ଅଧିକ ଟଙ୍କା ମାଗୁଥିଲେ ଲୋକେ ୧୪୬୭୮ ନମ୍ବରରେ ଅଭିଯୋଗ କରିପାରିବେ।ଏହି ୱେବ୍‌ସାଇଟ୍‌ରେ ସମସ୍ତ ତଥ୍ୟ ଉଭୟ ଓଡ଼ିଆ ଓ ଇଂଲିଶ ଭାଷାରେ ଦିଆଯାଇଛି। ଏଥିସହ ଯୋଜନା ସମ୍ପର୍କରେ ଅଧିକ ସୂଚନା ପାଇଁ ରାଜ୍ୟ ସରକାର ୧୪୬୭୮ ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି। ଏହି ଟୋଲ ଫ୍ରି ନମ୍ବର ସକାଳ ୬ଟାରୁ ରାତି ୧୦ ପର୍ଯ୍ୟନ୍ତ କାମ କରିବ।ସୁଭଦ୍ରା ଯୋଜନାରେ ଆବେଦନ କରିବା ଲାଗି ରାଜ୍ୟର ସମସ୍ତ ଜନସେବା କେନ୍ଦ୍ରରେ ଅହେତୁକ ଭିଡ଼ ଦେଖିବାକୁ ମିଳୁଛି। ଏନେଇ ଜନସେବା କେନ୍ଦ୍ର ଓଡ଼ିଶା ମୁଖ୍ୟ ମଦନ ମୋହନ ରାଉତ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ସୁଭଦ୍ରା’ ଆବେଦନ ପାଇଁ ୪ଟି ମୋଡ୍‌ରେ ଆଧାର ଅଥେଣ୍ଟିକେସନ ହେଉଛି। ମୋବାଇଲ, ବାୟୋମେଟ୍ରିକ, ଫେସ୍‌, ଆଇରିସ ଜରିଆରେ ଅଥେଣ୍ଟିକେସନ କରାଯାଉଛି। କୌଣସିଟିରେ ବି ଅଥେଣ୍ଟିକେସନ ହେଲେ ଆଧାର ଅପଡେଟ୍‌ ଜରୁରୀ ନାହିଁ। ଜନସେବା କେନ୍ଦ୍ର ଆଧାର ଅପଡେଟ୍‌ ପାଇଁ ଅଧିକ ଟଙ୍କା ମାଗୁଥିଲେ ଜଣାଇବାକୁ ସେ କହିଛନ୍ତି। ନିର୍ଦ୍ଧାରିତ ଠାରୁ ଅଧିକ ଟଙ୍କା ମାଗୁଥିଲେ ଲୋକେ ୧୪୬୭୮ ନମ୍ବରରେ ଅଭିଯୋଗ କରିପାରିବେ।ଏହି ୱେବ୍‌ସାଇଟ୍‌ରେ ସମସ୍ତ ତଥ୍ୟ ଉଭୟ ଓଡ଼ିଆ ଓ ଇଂଲିଶ ଭାଷାରେ ଦିଆଯାଇଛି। ଏଥିସହ ଯୋଜନା ସମ୍ପର୍କରେ ଅଧିକ ସୂଚନା ପାଇଁ ରାଜ୍ୟ ସରକାର ୧୪୬୭୮ ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି। ଏହି ଟୋଲ ଫ୍ରି ନମ୍ବର ସକାଳ ୬ଟାରୁ ରାତି ୧୦ ପର୍ଯ୍ୟନ୍ତ କାମ କରିବ।

Leave a Reply

Your email address will not be published. Required fields are marked *