ବହିଷ୍କାର ଶୁଣି ହସମାଡ଼ୁଛି: ସୁଜିତ କୁମାର

ଭୁବନେଶ୍ୱର: ଭାଜପାରେ ମିଶିବା ପରେ ସୁଜିତ କୁମାର ପ୍ରତିକ୍ରିୟା ରଖିଛନ୍ତି। ବହିଷ୍କାର ନେଇ ସେ କହିଛନ୍ତି, ଇସ୍ତଫା ପରେ ବହିଷ୍କାର ହାସ୍ୟାସ୍ପଦ । ଆଗ ମୁଁ ବିଜେଡିରୁ ଇସ୍ତଫା ଦେଇଥିଲି। ଏ ସଂପର୍କରେ ମୋ ଇ-ମେଲ୍ରେ ପ୍ରମାଣ ରହିଛି। ଇସ୍ତଫା ଦେବା ପରେ ମୋତେ ବହିଷ୍କାର କଥା କୁହାଯାଇଥିଲା ପ୍ରେସ ରିଲଜରେ ମୋତେ ବହିଷ୍କାର କରାଯାଇଥିବା କୁହାଯାଇଥିଲା ବିଜେଡି ଛାଡ଼ି ବିଜେପିରେ ମିଶିଲେ ସୁଜିତ କୁମାର। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ।ବିଜେଡି ଏମ୍‌ପି ଥିବା ସୁଜିତ୍‌ ଶୁକ୍ରବାର ଏମ୍‌ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ ସାମିଲ ହେବେ ବୋଲି ସୂଚନା ମିଳିଥିଲା । ତେବେ ଏମ୍‌ପି ପଦରୁ ଇସ୍ତଫା ଦେବା ପରେ ତୁରନ୍ତ ବିଜେଡି ସୁପ୍ରିମୋ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ବିଜେଡିରୁ ବହିଷ୍କାର ପରେ ଭାଜପା ଅଫିସରେ ପହଞ୍ଚିଥିଲେ  ସୁଜିତ । ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ପହଞ୍ଚିଥିଲେ ।

 

Leave a Reply

Your email address will not be published. Required fields are marked *