ନୟାପଲ୍ଲୀରେ ଖୋଲିଲା ‘ଚାନ୍ଦି ଭଣ୍ଡାର’

ଭୁବନେଶ୍ଵର:  ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟରେ ଖୋଲିଯାଇଛି ଚାନ୍ଦି ଭଣ୍ଡାରର ସର୍ବବୃହତ୍ ଶୋ’ ରୁମ୍। ଓଡ଼ିଶାର ଅଗ୍ରଣୀ ତଥା ଏକ୍ସକ୍ରୁସିଭ୍ ରୁପା ଗହଣା ଚେନ୍ ‘ଚାନ୍ଦି ଭଣ୍ଡାର’ ରୁପା କାରିଗରୀରେ ଏହାର ଉତ୍କର୍ଷତା ବଜାୟ ରଖିଛି। ଚଳିତ ଗଣେଷ ଚତୁର୍ଥୀ ଅବସରରେ ଏହା ଭୁବନେଶ୍ଵରରେ ଏହାର ଷଷ୍ଠ ଷ୍ଟୋର ଉଦ୍‌ଘାଟନ କରିଛି।ଏକ ଅନନ୍ୟ ଆକର୍ଷଣ ଏବଂ ଆମନ୍ତ୍ରଣକାରୀ ବାତାବରଣ ସହିତ ନୂଆ ଶୋ’ରୁମ୍‌କୁ ଛିଡ଼ା କରିଛି ‘ଚାନ୍ଦି ଭଣ୍ଡାର’।ଷ୍ଟୋରରେ ପ୍ରତି ଅବସରକୁ ଅନନ୍ୟ କରିବା ଲାଗି ଅତି ଯତ୍ନର ସହ ପ୍ରସ୍ତୁତ ଅତ୍ୟାଧୁନିକ ସମ୍ଭାର ଉପଲବ୍ଧ କରାଯାଇଛି। ସୂକ୍ଷ୍ମ ଭାବେ ପ୍ରସ୍ତୁତ ବାସନକୁସନ ହେଉ କିମ୍ବା ଅତି ସୁନ୍ଦର ଡିନର୍‌ୱେର ଅବା ଷ୍ଟାଇଲିସ୍ ଆସେସରିଜ୍, ଷ୍ଟୋରରେ ଉପଲବ୍ଧ ବ୍ୟାପକ ସିଲ୍‌ଭର ଆଇଟମ୍ ପାର୍ବଣ ସେଲିବ୍ରେଶନ୍‌କୁ ବଢ଼ାଇବ।
ନୂଆ ଷ୍ଟୋର୍‌ର ଉଦ୍‌ଘାଟନ ଅବସରରେ ଚାନ୍ଦି ଭଣ୍ଡାର ବ୍ୟାପକ ରେଞ୍ଜ୍ ରୁପା ସାମଗ୍ରୀର ଗଢ଼ା ମୂଲ୍ୟରେ ଫ୍ଲାଟ୍ ୨୦% ରିହାତି ପ୍ରଦାନ କରୁଛି।ଏ ଅଫର ସେପ୍ଟେମ୍ବର ୧୩ ଯାଏ ଚାଲିବ। ନୂତନ ଷ୍ଟୋରରେ ରୁପାର ଅପୂର୍ବ ସୌନ୍ଦର୍ଯ୍ୟକୁ ଅନୁଭବ କରିବା ପାଇଁ ଗ୍ରାହକଙ୍କୁ ଆମନ୍ତ୍ରଣ କରିଛି ‘ଚାନ୍ଦି ଭଣ୍ଡାର’।ଏ ଅବସରରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ପା ହଂସ କୁହନ୍ତି, ନୟାପଲ୍ଲୀକୁ ସମ୍ପ୍ରସାରଣ ହେଉଛି ଆମର ବହୁମୂଲ୍ୟବାନ ଗ୍ରାହକଙ୍କ ନିକଟକୁ ଗୁଣବତ୍ତାଯୁକ୍ତ ରୁପା ସାମଗ୍ରୀ ପହଞ୍ଚାଇବା ପାଇଁ ଆମ ପ୍ରତିବଦ୍ଧତା।

 

Leave a Reply

Your email address will not be published. Required fields are marked *