ଦିଅ ସଦବୁଦ୍ଧି ହେ ଗଜାନନ
………………………….
……..ପ୍ରତିମା ମହାରଣା

କରୁଛି ଗୁହାରୀ ଗଣେଶ ଦିଅ ହେ ବୁଦ୍ଧିବଳ
ରଖିବି ଧରାର ମୁଁ ମାନ ଜିଣିବି ଭୁମଣ୍ଡଳ ll

ପୂଜୁଥିବି ସଦା ତୁମକୁ ଭକତି ଅନ୍ତରରେ
ଗାଉଥିବି ତଵ ବନ୍ଦନା ଥିବା ଯାଏ ମହୀରେ ll

ଅଗ୍ର ପୂଜ୍ୟ ଶିବ ସୂତ ହେ ପାର ବତୀ ନନ୍ଦନ
ଗଜମୁଖାସୁରକୁ ବଧିଲ ପୂଜି ମାତା ଚରଣ ll

କାର୍ତ୍ତିକ ଭାଇଙ୍କୁ ହରାଇ ହେଲ ତୁମେ ଚତୁର
ଆଶିଷ ଢ଼ାଳିଲେ ଶିରରେ ପୂଜିଲେ ଶିଶୁଗଣ ll

ସିଦ୍ଧିବୁଦ୍ଧି ତୁମେ କାରକ ବିଘନ ବିନାଶନ
ତଵ ଆଶୀର୍ବାଦେ ସଭିଙ୍କ କାମନା ହୁଏ ପୂର୍ଣ୍ଣ ll

ଦୟାର ସାଗର ଠାକୁର ଅଗଭୀର ସୁଜ୍ଞାନ
ବିଦ୍ୟାଳୟ ହୁଏ ମନ୍ଦିର ପାଇ ତଵ କଲ୍ୟାଣ ll

ଭାଦ୍ରବ ଚଉଠି ତୁମରି ଅଟେ ଜନମଦିନ
ଧରା ହୁଏ ପୁତ ପବିତ୍ର ପୂଜି ତଵ ଚରଣ ll

ଅଜ୍ଞାନତା ହୁଅଇ ନାଶ ଜ୍ଞାନ ହୁଏ ଉଦୟ
ତୁମେ ହେ ସିଦ୍ଧିବିନାୟକ ତୁମେ ମଙ୍ଗଳମୟ ll

ପିତାଙ୍କୁ ହରାଇ ଛେଦକରିଲ ତୁମ ମସ୍ତକ
ହାତୀ ଶୁଣ୍ଢ ଦେଇ ରଖିଲେ ଯୁଗକୁ ତୁମ ଯଶ ll

ଆଦ୍ୟ ଗୁରୁପିତା ମାତାଙ୍କୁ ଦେଇଥି ଲ ସମ୍ମାନ
ଚଳନ୍ତି ଠାକୁର ବୋଲାଇଲେ ଦିବ୍ୟ ଭୁବନ ll

ଯାଇଛି ସମାଜ ବିଗିଡି ଦିଅ ଥରେ ସଜାଡି
କାନ୍ଦୁଛି ପିତା ମା ଅନ୍ତର ପୁତ୍ରକନ୍ୟାଙ୍କୁ ଝୁରି ll

ଆଉ ସହି ହୁଏନି ଦୁଃଖ ଏ କଳିକାଳରେ
ଦିଅ ସଦଜ୍ଞାନ ସୁବୁଦ୍ଧି ଭରିଦିଅ ହୃଦୟେ ll

ମୋ ଭାରତ ଦେଶ ମହାନ ହେଉ ସାରା ବିଶ୍ୱରେ
କରୁଥିବି ନିତ୍ୟ ଜଣାଣ ଧନ୍ୟ ଲଭି ସଂସାରେ ll
……… କୋରାପୁଟ………..

Leave a Reply

Your email address will not be published. Required fields are marked *