ଗଣିଆ ବ୍ଲକରେ ବିଜେଡିର ନୂତନ କାର୍ଯ୍ୟାଳୟ ଉଦଘାଟିତ

Oଗଣିଆ -(ମନୋରଞ୍ଜନ ମଳିକ ): ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ରେ ଥିବା ଶ୍ରୀ ଶ୍ରୀ ରଘୁନାଥ ଜୀଉ ମହାବିଦ୍ୟାଳୟ ନିକଟରେ ବିଜୁ ଜନତାଦଳ ପକ୍ଷରୁ ଏକ ନୂତନ କାର୍ଯ୍ୟାଳୟ ଉଦଘାଟନ ହୋଇ ଯାଇଛି I ଗଣିଆ ବ୍ଲକ ର ବିଜୁ ଜନତା ଦଳ ର କର୍ମୀ ମାନେ ଏକତ୍ରିତ ହୋଇ ଗଣିଆ ଚଉବଙ୍ଗ ଛକ ରୁ ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା କୁ ଶୋଭାଯାତ୍ରା କରି ନୂତନ କାର୍ଯ୍ୟାଳୟ ଠାରେ ପହଂଚି ଥିଲେ, ବିଧାୟକ ଙ୍କ ସହିତ ବ୍ଲକ ଉପାଦକ୍ଷ ଶ୍ରୀ ରାଜକିଶୋର ସାହୁ, ଜ଼ିଲ୍ଲା ପରିଷଦ ନରେଶ ବେହେରା, ପୂର୍ବତନ ଜ଼ିଲ୍ଲା ପରିଷଦ ମହେଶ୍ୱର ମହାରଣା, ପୂର୍ବତନ ସରପଞ୍ଚ ପ୍ରଫୁଲ କୁମାର ବେହେରା, ସମେତ ବିଜୁ ଜନତା ଦଳ ର ଅନ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ, ଦଶପଲ୍ଲା ବିଧାୟକ ବହୁତ ଖୁସି ପ୍ରକାଶ କରିଥିଲେ, ଆଗକୁ କିପରି ଗଣିଆ ବ୍ଲକ ରେ ବିଜୁ ଜନତା ଦଳ ଏକ ନମ୍ବର ରେ ରହିବ ଲୋକ ମାନଙ୍କ ସେବା କରିବା ପାଇଁ କର୍ମୀ ମାନଙ୍କୁ ନିର୍ଦେଶ ଦେଇ ଥିଲେ, ମହେଶ୍ୱର ମହାରଣା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ I

Leave a Reply

Your email address will not be published. Required fields are marked *