ନୂଆଦିଲ୍ଲୀ: ଆମେରିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ବିଜେପିର ଆକ୍ରମଣ ଜାରି ରହିଛି। ଦଳର ବହୁ ବଡ ନେତା ରାହୁଲଙ୍କ ବୟାନକୁ ସମାଲୋଚନା କରିଛନ୍ତି। ବର୍ତ୍ତମାନ ଏହି ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷ ଅମିତ ଶାହା ରାହୁଲଙ୍କ ଉପରେ ବର୍ଷିଛନ୍ତି। ଅମିତ ଶାହା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି , ରାଷ୍ଟ୍ର ବିରୋଧୀ କଥାବାର୍ତ୍ତା କରିବା ଏବଂ ଦେଶ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଶକ୍ତି ସହିତ ଛିଡା ହେବା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ପାର୍ଟି ପାଇଁ ଏକ ଅଭ୍ୟାସ ହୋଇଗଲାଣି। ସଂରକ୍ଷଣ ବିରୋଧୀ ଏଜେଣ୍ଡାକୁ ସମର୍ଥନ କରନ୍ତୁ କିମ୍ବା ବିଦେଶୀ ଫୋରମରେ ଭାରତ ବିରୋଧୀ କଥା ହେଉ, ରାହୁଲ ଗାନ୍ଧୀ ଦେଶର ସୁରକ୍ଷା ତଥା ଭାବନାକୁ ସର୍ବଦା କ୍ଷତି ପହଞ୍ଚାଉଛନ୍ତି।
ରାହୁଲଙ୍କ ଉପରେ ବର୍ଷିଲେ ଅମିତ ଶାହା














Leave a Reply