ଭୁବନେଶ୍ୱର:୧୭ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି ଆକାଉଣ୍ଟକୁ ଆସିବ। ପ୍ରଥମ କିସ୍ତି ଟଙ୍କା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ହିତାଧିକାରୀଙ୍କୁ ଆବାସର ପ୍ରଥମ କିସ୍ତି ମିଳିବ। ପ୍ରଧାନମନ୍ତ୍ରୀ ଏହା ଓଡ଼ିଶାରୁ ଆରମ୍ଭ କରିବା ରାଜ୍ୟ ପାଇଁ ସୌଭାଗ୍ୟ ବୋଲି ମନ୍ତ୍ରୀ କହିଛନ୍ତି। ହିତାଧିକାରୀ ଚୟନରେ ଭୁଲ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ହିତାଧିକାରୀ ଚୟନ ପାଇଁ ଗ୍ରାମ ସଭା, ପଲ୍ଲୀସଭାକୁ ଆଧାର କରାଯାଇଛି। ଯୋଗ୍ୟ ଲୋକ ହିଁ ଘର ପାଇବେ ଏହା ବିଶ୍ୱାସ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ୧୦ଲକ୍ଷ ହିତାଧିକାରୀଙ୍କୁ ଆବାସ ପାଇଁ ପ୍ରଥମ କିସ୍ତି ଦେଇ ଓଡ଼ିଶାରୁ ଏହି ପ୍ରକ୍ରିୟା ଆରମ୍ଭ କରାଯିବ। ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍ତି ।
୧୭ରେ୧୦ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ବର୍ଷା: ପ୍ରଧାନମନ୍ତ୍ରୀ












Leave a Reply