ଶେୟାର ବଜାର କାରବାରରେ ଲକ୍ଷାଧିକ ଟଙ୍କାର ନିବେଶ ହ୍ରାସ

ନୂଆଦିଲ୍ଲୀ: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୭୨ (୭୧.୭୭) ପଏଣ୍ଟ କମି ୮୨,୮୯୧ (୮୨,୮୯୦.୯୪) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ ରେ ମଧ୍ୟ ୩୨ (୩୨.୪୦) ପଏଣ୍ଟ ହ୍ରାସ ଘଟି ୨୫,୩୫୬ (୨୫,୩୫୬.୫୦) ଅଙ୍କରେ କାରବାର ଶେଷ ହୋଇଥିଲା। ଅପରପକ୍ଷରେ ବିଏସ୍‌ଇ ସେନ୍‌ସେକ୍ସର ମିଡ୍‌କ୍ୟାପ୍‌ ଓ ସ୍ମଲକ୍ୟାପ୍‌ ଶେୟାରଗୁଡିକର ଇଣ୍ଡେକ୍ସ ସହିତ ଏନ୍‌ଏସ୍‌ଇ ନିଫ୍ଟି ମିଡକ୍ୟାପ,ସ୍ମଲକ୍ୟାପ ଏବଂ ବ୍ୟାଙ୍କ ଶେୟାରଗୁଡିକର କାରବାରରେ ପରିବର୍ତ୍ତନ ହୋଇଛି। ଏପରିକି ଶେୟାର ବଜାରର ସେକ୍ଟୋରାଲ ଇଣ୍ଡେକ୍ସ କାରବାରରେ ମଧ୍ୟ ହ୍ରାସ ଘଟିଛି।

Leave a Reply

Your email address will not be published. Required fields are marked *