ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର: ଶବ ବ୍ୟବଛେଦ ଘର ନଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ

ଗଣିଆ -(ମନୋରଞ୍ଜନ ମଲିକ)-,ନୟାଗଡ ଜିଲ୍ଲା ଗଣିଆ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଛେଦ ଘର ନଥିବାରୁ ଜନସାଧାରଣ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି ଜଣାପଡିଛି, ଖବର ନେବାରେ ଜଣାଗଲା ଯେ ଗଣିଆ ବ୍ଲକ ଟି ଆଠ ଗୋଟି ପଞ୍ଚାୟତ କୁ ନେଇ ଗଠିତ, ଆଠଗୋଟି ପଞ୍ଚାୟତ ର ଜନସାଧାରଣ ମାନେ ଗଣିଆ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି, ଗଣିଆ ବ୍ଲକ ରେ ଶବ ବ୍ୟବଛେଦ ପାଇଁ ଘରଟିଏ ନ ଥିବାରୁ ଗଣିଆ ରୁ ୨୩କିଲୋ ମିଟର ଦଶପଲ୍ଲା ମେଡିକାଲ୍ କୁ ଯିବାକୁ ପଡୁଛି, ଗରିବ ନିରୀହ ଲୋକ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି ଜଣାପଡିଛି, କାରଣ ଶବ ବ୍ୟବଛେଦ କରିବା ପାଇଁ ସନ୍ଦ୍ୟା ହୋଇ ଗଲେ ଶବ କୁ ରାତିରେ ରଖି ସକାଳୁ ବ୍ୟବଛେଦ କରିବା ଫଳରେ ଗରିବ ଲୋକ ମାନେ ଅସୁବିଧା ହୁଅନ୍ତି, ଗଣିଆ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଛେଦ ଘର ଶୀଘ୍ର ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୁ ଗଣିଆ ସମିତି ସଭ୍ୟ ଶ୍ରୀ ଫକିର ମୋହନ ଡାକୁଆ ଙ୍କ ସହିତ ଜନସାଧାରଣ ମାନେ ଦାବୀ କରୁଛନ୍ତି l

Leave a Reply

Your email address will not be published. Required fields are marked *