ବ୍ଲକ ସମ୍ମୁଖ ପାଚେରୀ ପାଲଟିଛି କୂତ୍ରିମ ଜଙ୍ଗଲ, ବ୍ଲକ୍ ପ୍ରଶାସନ ଅଧିକାରୀ ନୀରବ ଦ୍ରଷ୍ଟା

ଗଣିଆ -(ମନୋରଞ୍ଜନ ମଳିକ)-, ନୟାଗଡ ଜିଲ୍ଲା ଗଣିଆ ବ୍ଲକ୍ ଅଫିସ୍ କୁ ଲାଗି ରହିଥିବା ପାଚେରୀ ଏକ କୂତ୍ରିମ ଜଙ୍ଗଲ ରେ ପରିଣତ ହେବାକୁ ବସିଲାଣି ହେଲେ ପ୍ରଶାସନ ଅଧିକାରୀ ଙ୍କ ନଜର ପଡୁନାହିଁ, ସାରା ଓଡ଼ିଶା ରେ ସେପ୍ଟେମ୍ବର ମାସ ୧୭ତାରିଖ ରୁ ଅକ୍ଟୋବର ୨ତାରିଖ ପଯ୍ୟନ୍ତ ସ୍ୱଛ ଭାରତ ମାଧ୍ୟମରେ ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ନିର୍ଦ୍ଦେଶ କରାଯାଇଥିଲେ ମଧ୍ୟ ତାହା କାଗଜ କଲମରେ ସିମୀତ ରହିଯାଉଛି, ଖବର ନେବାରେ ଜଣାଗଲାଯେ ୧୭ତାରିଖ ଦିନ ସ୍ୱଛ ଭାରତ ଅଭିଯାନ ମାଧ୍ୟମରେ ଗଣିଆ ବ୍ଲକ ର ଆଠ ଜଣ ସରପଞ୍ଚ କୁ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ ମଧ୍ୟ ଦିପତଳ ଅନ୍ଧାର ରେ ରହିଛି ବ୍ଲକ୍ ପାଚେରୀ, ପାଚେରୀ ପାଖରେ ଅନାବନା ଗଛ ଉଠି କୂତ୍ରିମ ଜଙ୍ଗଲ ରେ ପରିଣତ ହେବା ସହିତ ସରୀସୃପ ବସା ବାନ୍ଧି ରହୁଛନ୍ତି, ସରକାର ଙ୍କ ତରଫରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଫୁଲ ଗଛ ଲାଗି ସୌଦର୍ୟ୍ଯ କରିଥିଲେ, ହେଲେ ବ୍ଲକ୍ ପ୍ରଶାସନ ପକ୍ଷରୁ କୌଣସି ଦାୟୁତ୍ ଦେଖିବାକୁ ମିଳୁନାହିଁ, ବ୍ଲକ୍ ପ୍ରଶାସନ ତରଫରୁ ପରିଷ୍କାର ପରିଚ୍ଛନ୍ନ ରହିବା ପାଇଁ ଜନସାଧାରଣ ରେ ଦାବୀ ହେଉଛି l

Leave a Reply

Your email address will not be published. Required fields are marked *