ବ୍ଲକ୍ ସ୍ତରୀୟ ଜିପିଏଲ, କର୍ମୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ କରିବାକୁ ଦାବିପତ୍ର

ଗଣିଆ -(ମନୋରଞ୍ଜନ ମଳିକ)-, ନୟାଗଡ ଜିଲ୍ଲା ଗଣିଆ ବ୍ଲକ୍ ରେ ଜିପିଏଲ କର୍ମୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ କରିବାକୁ ଦାବୀ ପତ୍ର ପ୍ରଦାନ କରିଛନ୍ତି ବୋଲି ଜଣାପଡିଛି, ସୂଚନା ମୁତାବକ ରାଜ୍ୟ ସରକାର ମହିଳା ମାନକୁ ସଶକ୍ତି କରଣ କରିବାକୁ ମିଶନ ଶକ୍ତି ଯୋଜନା ପ୍ରଣୟନ କରିଛନ୍ତି, ଏହି ଯୋଜନା ରେ ଗ୍ରାମପଞ୍ଚାୟତ ସ୍ତରରେ MBK, ବ୍ୟାଙ୍କ ମିତ୍ର ,CRP, କୃଷି ମିତ୍ର, ପଦବୀ ସୃଷ୍ଟି କରାଯାଇ ସେମାନଙ୍କୁ ବିଭିନ୍ନ କାର୍ଯ୍ୟ ରେ ସମ୍ପାଦନ କରିବାକୁ ଦାୟୁତ୍ ଦିଆଗଲା, କୁକୁଡ଼ା ଚିଆ ବାଣ୍ଟିବା ଠାରୁ ଆରମ୍ଭ କରି ସୁଭଦ୍ରା ଯୋଜନା ପର୍ଯ୍ୟନ୍ତ ବ୍ଲକ୍ ର ଯାବତୀୟ କାର୍ଯ୍ୟକ୍ରମ ରେ ଏହି କର୍ମୀ ମାନକୁ ଆଗ ଧାଡିରେ ଦେଖିବାକୁ ମିଳିଛି, କିନ୍ତୁ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନାହିଁ,ଏପରିକି ଦୀର୍ଘ୍ ୬ମାସ ହେଲା ସେମାନେ ପାରିଶ୍ରମିକ ପାଇବାରୁ ବଞ୍ଚିତ, ଯାହା ଫଳରେ ବ୍ଲକ୍ ସ୍ତରୀୟ ଜିପିଏଲ ଏଫ କର୍ମୀ ସଂଘ ତରଫରୁ ଏକତ୍ରିତ ହୋଇ ଗଣିଆ ବିଡିଓ ଅନୁପସ୍ଥିତ ଥିବାରୁ ବିପିଏମ୍ କାନ୍ଦମ୍ୱିନୀ ନାୟକ କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି , ସେମାନଙ୍କର ସ୍ଥାୟୀ ସମାଧାନ ନ ହେବା ଯାଏ ଏହି ଆନ୍ଦୋଳନ ଚାଲିବ ବୋଲି ସଂଘର ସଭାନେତ୍ରୀ ଶୁକ୍ଳାରାଣୀ ଦାସ ପ୍ରକାଶ କରିଛନ୍ତି, ଏହାର ଏକାକିତା ନକଲ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ କୁ ପେରଣ କରାଯାଇଛି, ଏ ଠାରେ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *