ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଐତିହାସିକ ବିଜୟରେ ତାଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କହିଛନ୍ତି ବିଶ୍ୱରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ପାଇଁ ମିଳିମିଶି କାମ କରିବା।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପୋଷ୍ଟରେ ମଧ୍ୟ କହିଛନ୍ତି,ଐତିହାସିକ ନିର୍ବାଚନ ବିଜୟ ପାଇଁ ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ। ଆପଣ ଆପଣଙ୍କର ପୂର୍ବ କାର୍ଯ୍ୟକାଳର ସଫଳତାକୁ ଆଗକୁ ବଢ଼ାଇବାକୁ ଯାଉଛନ୍ତି। ମୁଁ ଭାରତ-ଆମେରିକାର ସମ୍ପର୍କକୁ ବ୍ୟାପକ କରିବାକୁ ଏବଂ ବିଶ୍ୱସ୍ତରରେ ଆହୁରି ଦୃଢ଼କରିବାକୁ ଅପେକ୍ଷା କରିଛି।

ମୁଁ ଆମର ସହଯୋଗକୁ ମଜବୁତ ଏବଂ  ଏହକୁ ନବୀକରଣ କରିବାକୁ ଆଗ୍ରହୀ। ଆସନ୍ତୁ ଆମେ ମିଳିମିଶି ଆମର ଲୋକମାନଙ୍କର କଲ୍ୟାଣ ପାଇଁ ତଥା ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତାକୁ ପ୍ରୋତ୍ସାହିତ କରିବା ବୋଲି ମୋଦୀ କହିଛନ୍ତି।

Leave a Reply

Your email address will not be published. Required fields are marked *