ଡିସେମ୍ବର ୧୫ରେ ଓଏଏସ ପ୍ରାରମ୍ଭିକ ପରୀକ୍ଷା

ଭୁବନେଶ୍ବର : ଡିସେମ୍ବର ମାସ ୧୫ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର ପ୍ରାରମ୍ଭିକ(ପ୍ରିଲିମ୍) ପରୀକ୍ଷା। ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଏ ନେଇ କାର୍ଯ୍ୟସୂଚୀ ଜାରି କରାଯାଇଛି। ଡିସେମ୍ବର ୧୫ ରବିବାର ପରୀକ୍ଷା ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି।

ଗତ ଅକ୍ଟୋବର ୨୭ରେ ପରୀକ୍ଷା ହେବାର ଥିଲା। କିନ୍ତୁ ସେହି ସମୟରେ ବାତ୍ୟା ‘ଦାନା’ ଆସିବାରୁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *