ଅଲିମ୍ପିକ୍ସ ୨୦୨୪: ବିଜୟରୁ ସିନ୍ଧୁ, ପ୍ରଣୟଙ୍କ ଅଭିଯାନ

ଦୁଇ ଥରର ଅଲିମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ସଟଲର୍‌ ପିଭି ସିନ୍ଧୁ ଏବଂ ଏଚ୍‌ଏସ୍‌ ପ୍ରଣୟ ବିଜୟରୁ ପ୍ୟାରିସ୍‌ ଅଭିଯାନ ଆରମ୍ଭ କରିଛନ୍ତି। ରବିବାର ମହିଳା ଏକକ ମୁକାବିଲାରେ ବିଶ୍ବର ୧୩ ନମ୍ବର ସିନ୍ଧୁ ସିଧାସଳଖ ୨୧-୯, ୨୧-୬ରେ ୧୧୧ ମାନ୍ୟତାପ୍ରପ୍ତ ମାଳଦ୍ବୀପର ଫତିମାତ ଅବଦୁଲ ରଜାକଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ ମାତ୍ର ୨୯ ମିନିଟ୍‌ରେ ଶେଷ ହୋଇଥିଲା। ପୁରୁଷ ଏକକ ଗ୍ରୁପ୍‌ ମ୍ୟାଚ୍‌ରେ ପ୍ରଣୟ ୨୧-୧୮, ୨୧-୧୨ରେ ଜର୍ମାନୀର ଫାବିଆନ ରୋଥଙ୍କୁ ହରାଇଛନ୍ତି। ଏହି ପୂର୍ବତନ ବିଶ୍ବବିଜୟିନୀ ପରବର୍ତ୍ତୀ ଗ୍ରୁପ୍‌ ମ୍ୟାଚ୍‌ରେ ୭୫ ମାନ୍ୟତାପ୍ରାପ୍ତ ଇସ୍ତୋନିଆର କ୍ରିଷ୍ଟିନ କୁବାଙ୍କୁ ଭେଟିବେ। ସିନ୍ଧୁ ୨୦୧୬ ରିଓରେ ରୌପ୍ୟ ଓ ୨୦୨୦ ଟୋକିଓରେ କାଂସ୍ୟ ଜିତିଥିଲେ।

Leave a Reply

Your email address will not be published. Required fields are marked *